ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ; ସମ୍ପୁର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ଶେଷକୃତ୍ୟ ସମ୍ପନ୍ନ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଜାନୁଆରୀ ଶୁକ୍ରବାର ) ବରଗଡ଼ :- ବରଗଡ଼ ଜିଲାର ସଂଗ୍ରାମୀ ପୀଠ ସୋହେଲା ଥାନା ଅନ୍ତର୍ଗତ ପାଣିମୋରା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା । ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିବା ପାଣିମୋରା ଗ୍ରାମର ୩୨ଜଣ ସଂଗ୍ରାମୀଙ୍କ ମଧ୍ୟରୁ ସେ ଏକମାତ୍ର ଜୀବିତ ଥିଲେ । ଗତ କିଛିଦିନ ତଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ଫଳରେ ତାଙ୍କୁ ଭୀମସାର ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା ।

ଚିକିତ୍ସା ପରେ ତାଙ୍କୁ ଘରକୁ  ଅଣାଯାଇଥିଲା । ହେଲେ ସେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ତାଙ୍କ ଦେହାନ୍ତ ପରେ ଜିଲ୍ଲାବ୍ୟାପୀ ଗଭୀର ଶୋକ ପ୍ରକାଶ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅନର ପ୍ରଦାନ କରାଯିବା ସହ ସମ୍ପୁର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସେଠାରେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।