ଜଳିଗଲେ ହେଲିକପ୍ଟରରେ ବିପିନ୍ ରାୱତ୍ , ପତ୍ନୀ ମଧୁଲିକା ରାୱତ୍ : ଦେଶବ୍ୟାପୀ ଶୋକ

ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ – ଟ୍ୱିଟ୍ କରି ସୂଚନା ଦେଲା ଭାରତୀୟ ବାୟୁ ସେନା

ଦିନ ୧୨.୨୦ ରେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଡିସେମ୍ବର ବୁଧବାର ) ଭୁବନେଶ୍ୱର :-  ସିଡିଏସ୍ ରାୱତ୍ ଙ୍କୁ ନେଇଯାଉଥିବା ଏୟାରଫୋର୍ସର ମିଗ୍ ୧୭ ଭି୫ ହେଲିକପ୍ଟରଟି ତାମିଲନାଡୁର ନୀଳଗିରି ଜିଲ୍ଲା କୁନୁରୁଠାରୁ ୭ କିମି ଦୂର ଜଙ୍ଗଲ ଉପରେ ଉଡୁଥିବା ବେଳେ କ୍ରାସ୍ ହୋଇଥିଲା । ଏଥିରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇ ଖଣ୍ଡ ଖଣ୍ଡ ଅବସ୍ଥାରେ ଜଙ୍ଗଲ ମଝିରେ ପଡ଼ିଥିଲା । ପାଖ ଗାଁ ଲୋକେ ପ୍ରଥମେ ଏହା ଦେଖିଲା ପରେ ପୁଲିସକୁ ଖବର ଦେଇଥିଲେ । ନୀଳଗିରି ଜିଲ୍ଲା ପ୍ରଶାସନ ଏବଂ ପୁଲିସ ସେଠାରେ ତୁରନ୍ତ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲେ ।

ସିଡିଏସ୍ ରାୱତ୍ ୱେଲିଂଟନ୍ ଡିଫେନସ୍ ସର୍ଭିସ୍ ଷ୍ଟାଫ୍ କଲେଜରେ ଆୟୋଜିତ ଏକ ବକ୍ତୃତା କାର‌୍ୟ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ।  ଆଜି ସକାଳ ୯ଟା ବେଳେ ସେ ଦିଲ୍ଲୀ ବାସଭବନ ଛାଡ଼ିଥିଲେ । ତାଙ୍କର ବାୟୁସେନା ବିମାନଟି ୧୧ଟା ବେଳେ ସୁଲୁରୁ ଏୟାରବେସ୍ ରେ ପହଞ୍ଚିଥିଲା । ମାତ୍ର ୱେଲିଂଟନ୍ ଅଭିମୁଖେ ହେଲିକପ୍ଟର୍ ଏୟାରବେସ୍ ଛାଡ଼ିବାର କିଛି ସମୟ ପରେ ଦୁର୍ଘଟଣା ଘଟିଥିଲା । ଦିନ ୧୨.୨୦ ରେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ହେଲିକପ୍ଟରରେ ବିପିନ୍ ରାୱତ୍ , ପତ୍ନୀ ମଧୁଲିକା ରାୱତ୍, ବ୍ରିଗେଡିୟର ଏଲଏସ ଲିଡେର୍, ଲେଫଟନାଣ୍ଟ କର୍ନେଲ୍ ହରଜିନ୍ଦର ସିଂ, ଲାନ୍ସ ନାଏକ ଗୁରୁସେୱକ୍ ସିଂ, , ଜିତେନ୍ଦ୍ର କୁମାର, ବିବେକ କୁମାର, ବି. ସାଇ ଏବଂ ହାବିଲଦାର ସତପାଲ୍ ଥିଲେ । ସୂଚନାଥାଉକି, ଜେନେରାଲ୍ ରାୱତ୍ ଭାରତୀୟ ଆର୍ମିର ୨୬ତମ ସେନାଧ୍ୟକ୍ଷ ଥିଲେ । ୨୦୧୯ ମସିହା ଡିସେମ୍ବର ମାସରେ ତାଙ୍କୁ ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତି ମିଳିଥିଲା ।

ପ୍ରଭୂ ଜଗନ୍ନାଥ ଙ୍କ ନିକଟରେ ଓଡିଶା ତାଜା ନ୍ୟୁଜ୍ ପକ୍ଷରୁ ବିପିନ ରାୱତ୍ ଓ ତାଙ୍କ ପତ୍ନୀ ଙ୍କ ଅମର ଆତ୍ମା ର ସଦଗତି କାମନା କରୁଛୁ ।