ଗଜପତି ଜିଲ୍ଲାରେ ଚାଞ୍ଚଲ୍ୟ ରାୟଗଡ଼ ଥାନା ପରିସରରୁଏକ ରକ୍ତ ଚନ୍ଦନ ଗଛକୁ କାଟିନେଇ ଚଂପଟ ମାରିଲେ ଦୁର୍ବୃତ୍ତ

ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ପାରଳାଖେମୁଣ୍ଡି :- ଆଜି କାଲି ପୋଲିସ ଥାନା ବି ସୁରକ୍ଷିତ ନାହିଁ ଏଭଳିଏକ ଘଟଣା ଗଜପତି ଜିଲ୍ଲାର ରାୟଗଡ଼ ଥାନାରେ ମଙ୍ଗଳବାର ଦିନ ଘଟିଥିବା ଦେଖିବାକୁ ମିଳିଛି l ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଥାନା ପରିସର ମଧ୍ୟରେ ଥିବା ଏକ ଚନ୍ଦନ ଗଛକୁ ମୂଳରୁ କାଟି ନେଇଯାଇଥିବା ବିଷୟଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ପ୍ରକାଶ ଯେ, ରାୟଗଡ଼ ଥାନାର ପରିସରଟା ପୁରା ଲୁହା ତାରରେ ବାଡ ମଧ୍ୟରେ ରହିଥିବା ବେଳେ ଥାନା ଅଧିକାରୀ ଓ ଏସ୍.ଆଇ ଛୁଟି ରେ ଅଛନ୍ତି। ଏହାର ସୁଯୋଗ ନେଇ ଦୃବର୍ତ୍ତମାନେ ରାତିରେ ଥାନା ଭିତରେ ପଶି ଥାନା ପରିସରରେ ଥିବା ଚନ୍ଦନ ଗଛକୁ କାଟି ନେଇ ଚଂପଟ ମରିଥିବା ଜଣାପଡ଼ିଛି I

ସକାଳୁ ସକାଳୁ ଉକ୍ତ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ରାତ୍ର ଗୃହରକ୍ଷୀ ମାନେ ଡିୟୁଟିରେ ଥିବା ବେଳେ ଏଭଳିଏକ ମୂଲ୍ୟବାନ ଗଛକୁ ଦୁର୍ବୃତ୍ତମାନେ ଥାନା ଭିତରେ ପଶି ଏତେ ବଡ଼ ଗଛ କୁ କାଟି ନେଇଯାଇଥିବା ବେଳେ କେମିତି କେହି ଜାଣିପାରିଲେ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଘଟଣାକୁ ନେଇ ଥାନାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ନେଇ ଅଧିକ ସନ୍ଦେହ ସୃଷ୍ଟି କରିଛି l ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୃବର୍ତ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଏଅଞ୍ଚଳରେ ସାଧାରଣରେ ଦାବୀ ହେଉଛି I