ବରଗଡ଼ ଜିଲ୍ଲାର ୨୨ ହାଇସ୍କୁଲ ମୁଖ୍ୟ ମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ନଭେମ୍ବର ସୋମବାର ) ବରଗଡ଼ :- ସଂଧ୍ୟା ରେ ବରଗଡ଼ ଜିଲ୍ଲାର ୨୨ ଉଚ୍ଚ ବିଦ୍ୟାଳୟ କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମୋଡରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଲୋକାର୍ପିତ କରିଥିଲେ । ଏହି ଅବସରରେ ସୋହେଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ଲୋକାର୍ପଣ ଉତ୍ସବ ରେ ଜିଲ୍ଲା ର ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ସୋହେଲା ବ୍ଲକ ଲେବଡି ହାଇସ୍କୁଲ ର ଛାତ୍ରୀ ସ୍ମୃତି ରେଖା ସାହୁ ମଞ୍ଚାସୀନ ଥିଲେ ।

ଅତିଥି ମାନେ ରାଜ୍ୟ ସରକାର ଙ୍କ ୫ଟି ଯୋଜନାରେ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୁପାନ୍ତରିଣରେ ବରଗଡ଼ ଜିଲ୍ଲା ର ୨୨ ଟି ହାଇସ୍କୁଲ କୁ ସାମିଲ କରାଯିବା ଖୁସି ର କଥା । ଏହି ଯୋଜନାରେ ଆସନ୍ତା ଦିନରେ ଅବଶିଷ୍ଟ ସ୍କୁଲ ଗୁଡିକ ମଧ୍ୟ ସାମିଲ କରାଯିବ ବୋଲି କହିଥିଲ ଛାତ୍ରୀ ସ୍ମୃତି ରେଖା ସାହୁ ଙ୍କ ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ କଥା ବାର୍ତ୍ତା ହୋଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଏହି ରୁପାନ୍ତର ଯୋଜନା ରେ ସ୍କୁଲର ଅତ୍ୟାଧୁନିକ ଶୈଳୀରେ ପାଠପଢ଼ା ହେବାର ବ୍ୟବସ୍ଥା ସହ ପରିବେଶ ମଧ୍ୟ ବିଶେଷ ସ୍ବଚ୍ଛତା ରଖାଯାଏ ।

ଜିଲ୍ଲା ର ୨୨ ହାଇସ୍କୁଲ ମଧ୍ୟରେ ବରଗଡ଼ ବ୍ଲକ ଓ ସହରାଞ୍ଚଳ ର ୩ଟି, ବରପାଲି ବ୍ଲକ ର ୬ଟି, ଅତାବିରା ର ୩ଟି, ସୋହେଲା ବ୍ଲକ ର ୩ଟି,ଅମ୍ବାଭୋନାର ଗୋଟିଏ, ଭେଡେନ ବ୍ଲକ ର ୨ ଟି, ପାଇକମାଳ ବ୍ଲକ ର ୧, ପଦ୍ମପୁର ର୩ ଟି ଉଚ୍ଚ ବିଦ୍ୟାଳୟ ରହିଛି । ଉକ୍ତ ଲୋକାର୍ପଣ ଉତ୍ସବ ରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ସମେତ ଜିଲ୍ଲା ର ‌ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।