ଲକାର୍ପଣ ଅପେକ୍ଷାରେ ଗଜପତି ଜିଲ୍ଲାରଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ସଦର ମହକୁମା ଗୁମ୍ମା ସ୍ଥିତସରକାରୀ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ମାର୍ଟ ଶ୍ରେଣୀ ଗୃହ ସକାଶେ ଘୋଷଣା କରିଥିଲେ । ସେହି ବିଦ୍ୟାଳୟ ବର୍ତ୍ତମାନ ସମସ୍ତ କାର୍ଯ୍ୟ ପରିସମାପ୍ତି ହୋଇ ଲୋକାର୍ପିତ ହେବାକୁ ଯାଉଛି । ବିଦ୍ୟାର୍ଥୀ ମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । କେବେ ସେହିଠାରେ ବସି ଶିକ୍ଷା ଗ୍ରହଣ କରିବେ ଓ ଶିକ୍ଷକଶିକ୍ଷୟିତ୍ରୀ ମାନେ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି କେବେ ବିଦ୍ୟାର୍ଥୀ ଙ୍କୁ ଶିକ୍ଷା ପ୍ରଦାନ କରିବେ . ସ୍କୁଲରେ ଉଚ୍ଚ ଶ୍ରେଣୀ ଗୃହ, ଉଚ୍ଚ କୋଟିର ବିଜ୍ଞାନଗାର, ସ୍କୁଲ ଲାଇବ୍ରେରୀ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ବଗିଚା ଖେଳ ପଡିଆ, ଉନ୍ନତମାନର ପରିଶ୍ରାଗାର, ଉନ୍ନତ ମାନର ପାଚେରୀ ଓ ଗେଟକୁ ସୌନ୍ଦର୍ଯ୍ୟକରଣ କରାଯାଇ ଆକର୍ଷିତ କରାଯାଇଛି ।

ଏହି ସ୍କୁଲକୁ ଦେଖି ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ଲୋକାର୍ପିତ ହେବାର ଅପେକ୍ଷା କରିଛନ୍ତି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଭୁୟସୀ ପ୍ରଶଂସା କରିଛନ୍ତି । ସ୍ମାର୍ଟ ସ୍କୁଲ ହେବା ଦ୍ୱାରା ବିଦ୍ୟାର୍ଥୀ ମାନେ ବେସରକାରୀ ସ୍କୁଲ ପ୍ରତି ଆକୃଷ୍ଟ ନ ହୋଇ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ ହେବା ସହ ଗୁଣାତ୍ମକ ଶିକ୍ଷା ପାଇ ପାରିବେ ।

ଏହା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଅଟେ । ସ୍କୁଲର ରୂପାନ୍ତରିକରଣ ହେବା ଠାରୁ ଜିଲ୍ଲା ପ୍ରଶାସନ ପରିଦର୍ଶନ କରି ତଦାରଖ କରୁଥିଲେ । ଏହି କାର୍ଯ୍ୟ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଟବର ଗରଡଙ୍କ ସହ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଦିନ ରାତି ଏକ କରି ଏହି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟ ପରିସମାପ୍ତ କରାଇଛନ୍ତି । ବର୍ତ୍ତମାନ ଏହି ସ୍କୁଲଟି ଲୋକାର୍ପିତ ହେବା ସକାଶେ ଅପେକ୍ଷାରେ ରହିଛି । ସ୍କୁଲର ରୂପାନ୍ତରିକରଣ କାର୍ଯ୍ୟକୁ ଅଞ୍ଚଳବାସୀ ଭୁୟସ ପ୍ରଶଂସା କରିଛନ୍ତି ।