ପାଣି ପାଇପ ଫାଟି ରାସ୍ତା ଉପରେ ପାଣି : ମରାମତି କାର୍ଯ୍ୟ ହେଉ ନ ଥିବା ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) କଳାହାଣ୍ଡି :- ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଫେଲ ମାରୁଛି । ଏପରି ଅଭିଯୋଗ ଆଣି ଗ୍ରାମବାସୀ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି । ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମରେ ସରକାରଙ୍କ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସାନ୍ଦୁଲ ନଦୀରୁ ଓଭରହେଡ ଟାଙ୍କି ଦ୍ଵାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ।

ତେବେ ଗାଁ ମଝି କାଳିକେଶ୍ୱରୀ ଛକ ଉପରେ ପାଇପ ଫାଟି ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଏଠାରେ ଥିବା ଚାବି ଟାଙ୍କିରୁ ମଧ୍ୟ ପାଣି ବାହାରି ରାସ୍ତା ଉପରେ ପ୍ରବାହିତ ହେଉଛି । ଏହି ଟାଙ୍କିରେ ପାଣି ଜମି ଆବର୍ଜନା ସହ ମଦ ପାଉଚ ଜରି ପାଣିରେ ଭାସୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ପାନୀୟ ଜଳ ସକାଶେ କେତେ ଉପଯୋଗୀ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରେ ।

ଓଭର ହେଡପାଣି ଟାଙ୍କି ନିର୍ମାଣ ସମୟରେ ବିଭିନ୍ନ ଖବରକାଗଜରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ନିମ୍ନମାନର କାର୍ଯ୍ୟ ନେଇ ଖବର ପ୍ରକାଶିତ ହୋଇଥିଲା । ଏବେ ମରାମତି କାର୍ଯ୍ୟ ହେଉ ନ ଥିବା ଅଭିଯୋଗ ହୁଏ । ଏଥିପାଇଁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ମରାମତି କାର୍ଯ୍ୟ ଓ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।