୮ ଲକ୍ଷ ଟଙ୍କା ଠକେଇ କରିଥିବା ମହିଳା କୁ ଗିରଫ କଲା ନୂଆଗାଁ ପୁଲିସ୍

ଓଡ଼ିଶା ତାଜା ନ୍ୟୁଜ୍ (୨୫ ନଭେମ୍ବର ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍ ଦ୍ଵାରା ୮ ଲକ୍ଷ ଟଙ୍କା ଠକେଇ କରିଥିବା ମହିଳାକୁ ନୂଆଗାଁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ବରଗଡ଼ ଥାନା ଟୁରା ଗ୍ରାମ ଭଣ୍ଡାରି ସାହି ର ଲକ୍ଷ୍ମଣ ବାରିକ ଙ୍କ ସ୍ତ୍ରୀ ଯଶୋ ବନ୍ତୀ ବାରିକ ( ୪୮) କିଛି ବର୍ଷ ହେବ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ରେ ରହୁଥିଲେ ।

କିଛି ବର୍ଷ ମଧ୍ୟରେ ଜସୋ ବନ୍ତୀ ଲୋକମାନଙ୍କ ସହ ମିଶି ମହିଳା ଗ୍ରୁପ୍ ର ମହିଳା ଓ ଲୋକ ମାନଙ୍କୁ ପ୍ରଲୋଭନ ଦେଖାଇ ୮ ଲକ୍ଷ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲା । ଏ ନେଇ ଏସ ଏଚ୍ ଜି ର ମହିଳା ଏବଂ ଲୋକ ମାନେ ନୂଆଗାଁ ଥାନା ରେ ୩୧ ଅଗଷ୍ଟ ୨୦୨୧ ରେ ଅଭିଯୋଗ କରିବା ପରେ ନୂଆଗାଁ ପୁଲିସ୍ ୧୧୨/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

କୌଣସି ସୂତ୍ରରୁ ଯଶୋ ବନ୍ତୀ ବାଣୀଗୋଛା ଥାନା ଅଂଚଳରେ ରହୁଥିବା ଖବର ପାଇ ନୂଆଗାଁ ପୁଲିସ୍ ଚଢ଼ାଉ କରି ନୂଆଗାଁ ଥାନା କୁ ଆଣି କୋର୍ଟ ଚାଲାଣ କରାଯାଇଥିବା ନୂଆଗାଁ ଥାନା ଅଧିକାରୀ ବସନ୍ତ ସାହୁ ସୂଚନା ଦେଇଛନ୍ତି ।