ନୂଆଗାଁ ପୁଲିସ୍ ର ଚଢ଼ାଉ ଦେଶୀ ମଦ ଜବତ ସହ ଜଣେ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୨୪ ନଭେମ୍ବର ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍ ଚଢ଼ାଉ କରି ୭ ଲିଟର ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ଅନୁଯାୟୀ ନୟାଗଡ ଥାନା ନୂଆ ଜୟପୁର ଗ୍ରାମ ର ଛାଟିଆ ସେଠୀ ଙ୍କ ପୁଅ ପ୍ରସନ୍ନ ସେଠୀ (୫୦) ନମ୍ବର ପ୍ଲେଟ୍ ନଥିବା ଏକ ଟିଭିଏସ୍ ଏକ୍ସ ଏଲ ସୁପର୍ ଗାଡ଼ିରେ ମହିପୁର ଛକ ଦେଇ ଯାଉଥିବା ବେଳେ

ନୂଆଗାଁ ପୁଲିସ୍ ଚଢ଼ାଉ କରି ୭ ଲିଟର ଦେଶୀ ମଦ ଜବତ କରି ,ପ୍ରସନ୍ନ କୁ ଗିରଫ କରି ନୂଆଗାଁ ଥାନା କୁ ଆଣିଥିଲେ । ୧୫୩/୨୧ ରେ ମାମଲା ରୁଜୁ କରି ପ୍ରସନ୍ନ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।