ପାଟନାଗପଦର ଅଞ୍ଚଳରେ ଅବକାରୀ ପୋଲିସ, ରାଜସ୍ୱ ଓ ବନ ବିଭାଗର ମିଳିତ ଚଢାଉ ୭୦ ହଜାର ଏକର ଜମିରେ ୧୪କୋଟି ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ

ଓଡ଼ିଶା ତାଜା ନ୍ୟୁଜ୍ (୨୪ ନଭେମ୍ବର ବୁଧବାର )ପାରଳାଖେମୁଣ୍ଡି :- ଅବକାରୀ ପୋଲିସ , ରାଜସ୍ବ ଓ ବନବିଭାଗ ମିଳିତ ଭାବେ ଗଜପତି ଜିଲ୍ଲା ନୂଆଗଡ ବ୍ଲକ କିରମା ଗ୍ରାମପଞ୍ଚାୟତର ପାଟନାଗପଦର ଗ୍ରାମ ଅଞ୍ଚଳରେ ଚଢ଼ାଉ କରି ୭୦ ହଜାର ଏକର ଜଙ୍ଗଲ ଜମିରେ ଚାଷ କରାଯାଇ ଥିବା୧ ଲକ୍ଷ  ୪୦ ହଜାର ଗଞ୍ଜେଇ ଗଛକାଟି ପୋଡ଼ି ନଷ୍ଟ କରିଥିବା ଜଣାପଡ଼ିଛି l ନଷ୍ଟ କରାଯାଇ ଥିବା ଗଛର ମୁଲ୍ୟ ୧୪ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆର.ଉଦୟଗିରି ପୋଲିସ ଏକପ୍ରେସ ବିବୃତିରେ ସୁଚନା ଦେଇଛି l

ଏହାକୁ ନେଇ ଆର.ଉଦୟଗିରି ପୋଲିସ କେସ ନଂ ୧୫୦/୨୦୨୧ଧାରା୨୦(ଏ) ଏନଡିପିଏସରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି l ବର୍ତ୍ତମାନ ସୁଦ୍ଧା କେହି କେହି ଗିରଫ ହୋଇ ନାହାନ୍ତି l ଏହି ଚଢ଼ାଉ ବେଳେ ତହସିଲଦାର ଦାୟିତ୍ୱରେ ଥିବା ନୁଆଗଡ ବିଡ଼ିଓ ଲାବେନେନ୍ଦୁ ମହାନ୍ତି ଏବଂ ଆର.ଆଇ  ସୁଶାନ୍ତ କୁମାର ଗୋମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ l