ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ନର୍ଲା ବିଜେଡ଼ିର ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ (୨୪ ନଭେମ୍ବର ବୁଧବାର) କଳାହାଣ୍ଡି :- ନର୍ଲା ବିଜେଡି ଓ ମହିଳା ବିଜେଡ଼ି ପକ୍ଷରୁ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ସ୍ଥାନୀୟ ଡାକବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ରନ୍ଧନ ଗ୍ୟାସ୍ ଦରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହ ନର୍ଲାବ୍ଲକ ପରିସରରେ ପହଞ୍ଚିଥିଲେ । ପରେ ବ୍ଲକ ପରିସରରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ମ.ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ, ନାରୀନେତ୍ରୀ ପଙ୍କଜିନୀ ନାଏକ, ପ୍ରମିଳା ପଧାନ, ମଞ୍ଜୁଲତା ମାହାର, ନର୍ଲାବ୍ଲକ ବିଜେଡି ସଭାପତି ପରେଶ ପଧାନ, ସମ୍ପାଦକ ଭୋପାଲ ନାଗ,

ସର୍ଗିଗୁଡା ପୂର୍ବ ସରପଞ୍ଚ ତଥା ବିଜେଡିର ବରିଷ୍ଠ କର୍ମୀ ହମେଶ ଜୈନ, ଦୁଲ୍ଲଭ ମାହାର, ଶାନ୍ତପୁର ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି, ମନମୋହନ ନାଏକ, ଅଶୋକ ଚାନ୍ଦ, ଯୁବ ସଭାପତି ହରିଶଙ୍କର ମାଝୀ, ନର୍ଲା ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ଚିରଞ୍ଜିବୀ ଗୌଡିଆ, ଅର୍ଜୁନ ପଧାନ, ସୁଦାମ ଚରଣ ସାହୁ, ଶରତ ନାଏକଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ । ଆଗାମୀ ଦିନରେ ଗ୍ୟାସ ଦରବୃଦ୍ଧି ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ବିଧାୟକ ଶ୍ରୀ ସିଂହ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ପରେ ନାରୀନେତ୍ରୀ ପଙ୍କଜିନୀ ନାଏକ, ପ୍ରମିଳା ପଧାନ, ମଞ୍ଜୁଲତା ମାହାର, ପରେଶ ପଧାନ, ହମେଶ ଜୈନ ଓ ଭୋପାଲ ନାଗ ପ୍ରମୁଖ ନର୍ଲା ଏବିଡିଓ ଦେବେନ୍ଦ୍ର ସାମଲଙ୍କୁ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।