ମୋନା ପକ୍ଷରୁ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜୟନ୍ତୀ ପାଳିତ ଓଡିଶାରୁ ମଦ ବନ୍ଦ ପାଇଁ ଦାବି ସହ ତୁରନ୍ତ ୧୯୫୬ ଓଡିଶା ନିଶା ନିବାରଣ ଆଇନକୁ ଲାଗୁ କରିବା ପାଇଁ ଦାବି

ଓଡ଼ିଶା ତାଜା ନ୍ୟୁଜ୍ (୨୪ ନଭେମ୍ବର ବୁଧବାର ) ଭୁବନେଶ୍ୱର :- ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଓଡିଶାର ପୂର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଧାନସଭା ସମ୍ମୁଖରେ ଥିବା ପ୍ରତିମୂ ରେ ସଂଗଠନର ଅନେକ କାର୍ଯ୍ୟକ ମାଲ୍ୟାର୍ପଣ କରିବା ସହ ସ୍ୱର୍ଗତ ଚୌଧୁରୀଙ୍କ ସ୍ମୃତି ଚାରଣ କରିଛନ୍ତି । ଏହି ଅବସରରେ ସଂଗଠନ ପକ୍ଷରୁ ତାଙ୍କ ଦ୍ୱାରା ପାରିତ ୧୯୫୬ ଓଡିଶା ନିଶା ନିବାରଣ ଆଇନକୁ ତୁରନ୍ତ ଲାଗୁ କରିବା ପାଇଁ ଦାବୀ କରାଯାଇଛି । ଏହି ଅବସରରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ଶ୍ରୀ ପଦ୍ମ ଚରଣ ନାୟକ କହିଛନ୍ତି ଯେ, “ଶ୍ରୀ ଚୌଧୁରୀ ରାଜନୀତି, ପଦ ପଦବୀ, ସାମନ୍ତବାଦୀ ବିରୋଧରେ ଏବଂ ଲୋକଙ୍କ ଅଧିକାର ପକ୍ଷରେ ସର୍ବଦା ଲଢୁଥିବା ଏକ ଅନନ୍ୟ ଜନନେତା ଥିଲେ ।

ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଇଁ ସେ ନେଇଥିବା ଅନେକ ନିର୍ଣ୍ଣୟ ଆଧୁନିକ ଓଡିଶା ଗଠନରେ ମହ ର୍ଣ୍ଣଭୂମିକା ଗ୍ରହଣ କରିଛି । ଓଡିଶାର ବିକାଶରେ ମଦ ଏକ ମୁଖ୍ୟ ବାଧକ ବୋଲି ସେ ବୁଝିଥିଲେ, ତେଣୁ ସେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ୧୯୫୬ ନିଶା ନିବାରଣ ଆଇନ ବିଧାନସଭାରେ ପାରିତ କରିଥିଲେ, ଯେବେକି ତାଙ୍କ ପରବ

ମୁଖ୍ୟମନ୍ତ୍ରୀ ମାନେ ଏହାକୁ କାର୍ଯ୍ୟକାରୀ ନକରିବା ଅତି ଦୁର୍ଭାଜ୍ୟଜନକ । ” ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ମଳୟ ତ୍ରିପାଠୀ, ଖଗେଶ୍ୱର ବଳ, ପ୍ରିୟନାଥ ଆଚାର୍ଯ୍ୟ, ଶଭେନ୍ଦୁ ରାଉତରାୟ, ଅପର୍ଣ୍ଣା ନାୟକ, ବାସନ୍ତୀ ଆଚାର୍ଯ୍ୟ, ଲକ୍ଷ୍ମୀକାନ୍ତ ଆଚାର୍ଯ୍ୟ, ଶାନୁଜ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।