ବୈପାରିଗୁଡା ଠାରେ ସହିଦବୀର ସହିଦ ଲକ୍ଷ୍ମଣ ନାୟକ ଙ୍କ ଜନ୍ମ ଜୟନ୍ତିୀ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୨୨ ନଭେମ୍ବର ସୋମବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଲକର କଣଅନୁକଣରେ ଆଜି ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ତମ ଜୟନ୍ତିୀ ପାଳନ କରାଯାଇଛି । ସେହି ପରି ଭାବେ ବୈପାରିଗୁଡା ବ୍ଲକର ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମଭୂମି ତେନ୍ତୁଳିଗୁମ୍ମା ଠାରେ ପ୍ରଶାସନ ପକ୍ଷରୁ ବହୁ ଆଡମ୍ବରରେ ଜୟନ୍ତୀ ପାଳନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଠାରୁ ଆରମ୍ଭ କରି ବ୍ଲକ ବିଡିଓ ଅଭିମନ୍ୟୁ କବି ଶତପଥି ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ତେନ୍ତୁଳିଗୁମ୍ମା ସରପଚଂ ବୁନ୍ଦ୍ରା ନାୟକ, ବ୍ଲକ ଉପାଧ୍ଯକ୍ଷ ତ୍ରିଲୋଚନ ଜେନା ଓ ପଚାଂୟତ ସ୍ତରୀୟ କର୍ମଚାରୀ ଓ ସମସ୍ତ ଦଳର ନେତା, ବିଭିନ୍ନ ବର୍ଗର ଆଦିବାସୀ ନେତା ପ୍ରମୁଖ ଉପସ୍ଥିତ ରହି ତେନ୍ତୁଳିଗୁମ୍ମା ଠାରେ ସହିଦବୀର ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜୟନ୍ତିୀ ପାଳନ କରିଥିବାର ଜଣାପଡିଛି !

ପ୍ରଶାସନିକ ଅଧିକାରୀ ଓ ପଚାଂୟତବାସୀ ତେନ୍ତୁଳିଗୁମ୍ମାର ଉନ୍ନତି କରିବା ପାଇଁ ସପଥ ନେଇଥିଲେ!କେନ୍ଦ୍ରୀୟ ଆଦିବାସୀ କମିଟି ର ସଦସ୍ୟ ଶ୍ରୀ ଅନନ୍ତ ନାୟକଙ୍କ ତେନ୍ତୁଳିଗୁମ୍ମା ପଚାଂୟତକୁ ସରକାରୀ କାର୍ଯକ୍ରମରେ ଗସ୍ତ କରୁଥିବା ସମୟରେ ସ୍ଥାନୀୟ ବିଜେପି କର୍ମୀଙ୍କ ପକ୍ଷରୁ ବୈପାରିଗୁଡା ମୁଖ୍ୟଛକରେ ସ୍ବାଗଂତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ! ଶ୍ରୀ ଅନନ୍ତ ନାୟକ ବ୍ଲକ କାର୍ଯ୍ୟାଳୟ ପରିସର ରେ ଥିବା ସହିଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ତେନ୍ତୁଳିଗୁମ୍ମା ପଚଂୟତକୁ ଗ୍ରସ୍ତ କରିଥିଲେ ବୈପାରିଗୁଡା ଗ୍ରାମବାସୀଙ୍କ ପକ୍ଷରୁ ବୈପାରିଗୁଡା ମୁଖ୍ୟଛକରେ ସହିଦ ଲକ୍ଷ୍ମଣ ନାୟକଙ୍କ ଫୋଟଚିତ୍ର ରଖି ଜନ୍ମ ଜୟନ୍ତିୀ ପାଳନ କରିଛନ୍ତି !

ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି, ବ୍ଲକ ହିସାବ ରକ୍ଷକ ସେବାରାମ ମେହେର, ଓ ବ୍ଲକ କର୍ମଚାରୀ ଓ ଜନସାଧାରଣଙ୍କ ମିଳିତ ଭାବେ ୧୨୩ ତମ ଜନ୍ମ ଜୟନ୍ତିୀ ପାଳନ କରାଯାଇ ଥିବାର ଦେଖାଯାଇଛି ! ସେହି ପରି ଭାବେ ସହିଦ ଲକ୍ଷ୍ମଣ ନାୟକ +୨ ମହାବିଦ୍ୟାଳୟ ରେ ମଧ୍ୟ କଲେଜ ଅଧ୍ୟକ୍ଷ କୁମୁନ୍ଦ ରଜନ ମହାରଣା, କଲେଜ ପୂର୍ବତନ ଅଧ୍ୟକ୍ଷ ଅଟଲ ବିହାରୀ ସାମଲ ,ଶିକ୍ଷାବିତ୍ ବିନାୟକ ଚନ୍ଦ୍ର ବେବର୍ତ୍ତା, ଅଧ୍ୟାପକ ପ୍ରତାପ ଚନ୍ଦ୍ର ପ୍ରଦାନ , ମକର ଫାଲାମଙ୍କ ସହ ବହୁ ଅଧ୍ୟାପକ ମାନେ ଉପସ୍ଥିତ ରହି ସହିଦ ଲକ୍ଷ୍ମଣ ନାୟକଙ୍କୁ ପୁର୍ଷ୍ଣମାଲ୍ୟ ଅର୍ପଣ କରି ୧୨୩ ତମ ଜନ୍ମ ଜୟନ୍ତିୀ ପାଳନ କରିଥିବାର ଦେଖାଯାଇଛି !