ଦୁଇ ବାଇକ୍ ମୁହାଁମୁହି ଧକ୍କା, ତିନିଜଣ ଆହତ ଜଣେ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ୍ (୨୨ ନଭେମ୍ବର ସୋମବାର) କଳାହାଣ୍ଡି :- କେସିଙ୍ଗା ଥାନା ଅଧିନ କାଣ୍ଡେଲ୍ ବ୍ରିଜ୍ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକଙ୍କ ସମେତ ତିନିଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାମତେ ରୁପ୍ରା ଗ୍ରାମର ରଞ୍ଜନ ସେନାପତି ତାଙ୍କପତ୍ନୀ ରାଜଲକ୍ଷ୍ମୀ ସେନାପତି ଓ ଏକମାତ୍ର ପୁଅ ବିଧାନ ବାଇକ ନଂ OD03G 1930 ରେ ତାଙ୍କ ଶଶୁର ଘରକୁ ଯାଉଥିବା ସମୟରେ କାଣ୍ଡେଲ୍ ବ୍ରିଜ୍ ନିକଟରେ ସାମନା ପଟୁ ଆସୁଥିବା ବୁଲେଟ୍ ନଂ OD08H 4806 ସହିତ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି ।

ବୁଲେଟ୍ ଚାଳକ କାଣ୍ଡେଲ ଗ୍ରାମର କ୍ଷୀରସିନ୍ଧୁ ବାଗ ବୋଲି ଜଣାପଡିଛି । ଏହି ଧକ୍କା ହେବା ଫଳରେ ରୁପ୍ରା ଗ୍ରାମର ରଞ୍ଜନ ସେନାପତିଙ୍କ ଡାହାଣ ହାତ ଓ ହାତର ଦୁଇଟି ଆଙ୍ଗୁଠି ଭାଙ୍ଗିଥିବା ବେଳେ ତାଙ୍କପତ୍ନୀଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ଛୋଟଶିଶୁ ବିଧାନର ନାକରୁ ରକ୍ତସ୍ରାବ ହେଉଥିବା ତାଙ୍କ ପରିବାରର ବିକାଶ ସେନାପତି ପ୍ରକାଶ କରିଛନ୍ତି । ବୁଲେଟ ଚାଲକ ମଧ୍ୟ ଗୁରୁତର ହୋଇଥିବା ଜଣାଯାଏ । ଦୁର୍ଘଟଣା ସମ୍ପର୍କରେ ପରିବାର ଲୋକମାନେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲେ । 

ଆମ୍ୱୁଲେନ୍ସ୍ ଆସିବା ପରେ କେସିଙ୍ଗା ହସପିଟାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସାପରେ ଭବାନୀପାଟଣାକୁ ନେଇଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ କେସିଙ୍ଗା ଥାନାରେ କୌଣସି ମାମଲା ହୋଇ ନ ଥିବା ସେକେଣ୍ଡ ଅଫିସର ଦୀପାଞ୍ଜଳୀ ପ୍ରଧାନ କହିଛନ୍ତି ଓ ଦୁର୍ଘଟଣା ଘଟିଥିବା ଦୁଇଟି ବାଇକକୁ ଜବତ କରି ଥାନାକୁ ନେଇଥିବା ପ୍ରକାଶ କରିଛନ୍ତି ।