ବାରମ୍ବାର ଦାବି ସତେ ଗ୍ରାମବାସୀଙ୍କ ଅଭିଯୋଗକୁ ଖାତିର କଲାନାହିଁ ପ୍ରଶାସନ ଶେଷରେ ବାଧ୍ୟ ହୋଇ ବ୍ଲକ ସମ୍ମୁଖରେ ଦେଲେ ଧାରଣା

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ଗୁରୁବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଲକର ଦୁର୍ଗମ ଚିପାକୁର ଓ ଦଣ୍ଡାବାଡି ଗ୍ରାମପଂଚାୟତରେ କାର୍ଯ୍ୟରତ ଜେଇ କୁ ବଦଳି କରିବା ନେଇ ପଚଂୟତ ବାସୀଙ୍କ ପକ୍ଷରୁ ପଚଂୟତ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ନିକଟକୁ ନେଇ ଥିଲେ ମଧ୍ଯ କୌଣସି ଅଧିକାରୀ ମାନେ ମଧ୍ଯ ଏହି ଦୁଇ ଗ୍ରାମବାସୀଙ୍କ ସମସ୍ଯାରୁ ଗୁରୁତ ନ ଦେବାରୁ ଶେଷରେ ବାଧ୍ଯ ହୋଇ ଚିପାକୁର ଓ ଦଣ୍ଡାବାଡି ପଚଂୟତବାସୀ ବ୍ଲକ କାର୍ଯ୍ଯଳୟ ପାଖରେ ଧାରଣାରେ ବସି ରହିଛନ୍ତି ! ତେବେ ମୁଖ୍ଯମନ୍ତ୍ରୀ ଦୁର୍ନିତୀଗ୍ରସ୍ତ ଅଧିକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ଯନୁଷ୍ଠନ ନେଉଥିବା ବେଳେ କାହିଁକି ଏହି ଅଧିକାରୀ ପାଇଁ କାହିଁକି ପ୍ରଶାସନର ଏତେ ଦରଜ ରହିଛି ବୋଲି ଚିପାକୁର ବାସୀଙ୍କ ଙ୍କ ପକ୍ଷରୁ ଶୁଣିବାକୁ ମିଳୁଛି  !

ଯେଏ କୌଣସି ଉନ୍ନୟନ ମୂଳକ ଯୋଜନା ଚାଲିଥିବା ବେଳେ ୩୦ ପ୍ରତିଶତ ପିସି ନ ଦେଲେ ବିଲ ହେଉନଥିବା ଏବଂ ଲୋକଙ୍କୁ ଦୁର୍ବ୍ୟବହାର ମଧ୍ୟକରୁଛନ୍ତି ବୋଲି କହିଛନ୍ତି ଧାରଣାକାରୀ ! ଜେଇଙ୍କୁ ବଦଳି କରିବା ନେଇ ପୂର୍ବରୁ ବୈପାରିଗୁଡା ବିଡିଓ ଓ କୋରାପୁଟ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଗ୍ରାମବାସୀଙ୍କୁ କୌଣସି ସୁଫଳ ନ ମିଳିବାରୁ ଶେଷରେ ଧାରଣା ଦେବା ସହ ବଦଳି ନ ହେବା ଯାଏଁ ଧାରଣାରୁ ହଟିବୁ ନାହିଁ ବୋଲି କହିଛନ୍ତି ଧାରଣାକାରୀ ମାନେ !

ରାତ୍ରି ର ଶୀତ କାକରରେ ମଧ୍ୟ ଧାରଣାକାରୀ ମାନେ ବ୍ଲକ ସମ୍ମୁଖରେ ରାତ୍ରିସାରା ବସିରହିଥିଲେ  !  ବିଡିଓ ଅଭିମନ୍ୟୁ କବି ଶତପଥି ଆନ୍ଦୋଳନ କାରୀ ଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଜେଇଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ଉଠିବୁ ନାହିଁ ବୋଲି ସିଧାସଳଖ କରିଛନ୍ତି ! ତେବେ ଦେଖିବାକୁ ବାକି ରହିଲା କେବେ ଲୋକଙ୍କ ଦାବିକୁ ପ୍ରଶାସନ ନ୍ୟାୟ ଦେବ ! ରିପୋର୍ଟ ବିକ୍ରାନ୍ତ କୁମାର ବେବର୍ତ୍ତା,, ବୈପାରିଗୁଡା