ନର୍ଲା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ନଭେମ୍ବର , ମଙ୍ଗଳବାର ) କଳାହାଣ୍ଡି :- ଗ୍ରାମାଞ୍ଚଳ ବିକାଶରେ ଶୃଙ୍ଖଳିତ ସାମ୍ବାଦିକତାକୁ ନେଇ ନର୍ଲା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ନର୍ଲା ବଜାର ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଓଜେୟୁ ରାଜ୍ୟ ସଂପାଦକ ଶଶୀଭୂଷଣ ପ୍ରହରାଜଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ତହସିଲଦାର ତଥା ବ୍ଳକ ଭାରପ୍ରାପ୍ତ ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଯୁବ ଯାତ୍ରୀ ସାହିତ୍ୟ ସାଂସଦର ସଭାପତି ପଦ୍ମଲୋଚନ ମିଶ୍ର, ସମ୍ମାନିତ ଅତିଥି ରୂପେ ନର୍ଲା ଆଇଆଇସି ରେଣୁକା ସୁନା ଓ ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ ଉପସ୍ଥିତ ରହି ଏକ ଶୃଙ୍ଖଳିତ ସାମ୍ବାଦିକତା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମଟିକୁ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ ପରିଚାଳନା କରିଥିବା ବେଳେ ସଭାସ୍ଥଳରେ ଶିଳ୍ପପତି ବିମଳ କେଡିଆ, କଂଗ୍ରେସ ଯୁବ ନେତା ସମୀର ଚାନ୍ଦ, କୁମୁଦ ନାଏକ ,ପଙ୍କଜିନୀ ନାଏକ, କାମିନୀ ଓ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର, ତ୍ରିଲୋଚନ ଗଉଡ, ଭିକାରୀ ଗଉଡ, ଅଜୟ କୁମାର ସେନାପତି, ପ୍ରଦୀପ କୁମାର ଗଉଡ, ସନ୍ତୋଷ ପାତ୍ର, ସଞ୍ଜିବ ଦାସ, ଖଗେଶ୍ବର କୁମାର, ଗଣେଶ ଭୋଇ, ନୀଳକଣ୍ଠ ବେହେରା ପ୍ରମୁଖ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ । ଏଥିରେ ନର୍ଲା, ମ.ରାମପୁର, କର୍ଲାମୁଣ୍ଡା ବ୍ଳକର ଅନେକ ସାମ୍ବାଦିକମାନେ ନିଜର ମତ ଉପସ୍ଥାପନ କରିଥିଲେ । ଶେଷରେ ସାମ୍ବାଦିକ ଡୋଳାମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।