ହୋଣ୍ଡା ପକ୍ଷରୁ ଭାରତରେ ଗ୍ରାଜିଆ ୧୨୫ ରେପ୍‌ସଲ୍ ହୋଣ୍ଡା ଟିମ୍ ଏଡିସନ୍‌କୁ ଭାରତରେ ଉନ୍ମୋଚନ

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ନଭେମ୍ବର , ସୋମବାର ) ଭୁବନେଶ୍ୱର :- ଆଗ୍ରହୀ ଚାଳକ ମାନଙ୍କୁ ଉତ୍ସାହିତ କରିବା ଲାଗି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭାରତରେ ଗ୍ରାଜିଆ ୧୨୫ ରେପ୍‌ସଲ୍ ହୋଣ୍ଡା ଟିମ୍ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି । ରେପ୍‌ସଲ୍ ହୋଣ୍ଡା ଟିମ୍‌ର ଏହି ମେସିନ ସ୍ୱତନ୍ତ୍ର ଏଡିସନ୍‌ର ଗ୍ରାଫିକ୍ସ ଓ ଡିଜାଇନ୍‌ରୁ ଅନୁପ୍ରାଣିତ ଏବଂ ଏଥିରେ କମଳା ରଙ୍ଗର ହ୍ୱିଲ୍‌ ରିମ୍ ରହିଛି ଯାହା ଭାରତରେ ରେସିଂ ପ୍ରେମୀଙ୍କ ମଧ୍ୟରେ ଉତ୍ସାହକୁ ବଢ଼ାଇବ । ହୋଣ୍ଡାର ରେସିଂ ଡିଏନ୍‌ଏ ବିଷୟରେ ଆଲୋଚନା କରି ଶ୍ରୀଯୁକ୍ତ ଆତସୁସି ଓଗାତା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିିମିଟେଡ୍ କହିଛନ୍ତି ଯେ, “ରେସ୍‌ ଟ୍ରାକ୍‌ରେ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ସ୍ଥିତିରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଭାଗ ଜାଗ୍ରତ କରିଛି ରେପସଲ୍ ହୋଣ୍ଡା ରେସିଂ ଟିମ୍ । ରେସିଂରେ ହୋଣ୍ଡାର ଉଜ୍ୱଳ ଭବିଷ୍ୟତ ପାଇଁ ପଥ ପ୍ରଦର୍ଶନ କରିବାର ସମୃଦ୍ଧ ପରମ୍ପରାକୁ ନେଇ ଆମେ ଖୁସିର ସହ ଭାରତରେ ରେସିଂ ପ୍ରେମୀଙ୍କ ପାଇଁ ଗ୍ରାଜିଆ ୧୨୫ ରେପସଲ୍ ହୋଣ୍ଡା ଟିମ୍ ଏଡିସନ୍‌କୁ ଉନ୍ମୋଚନ କରିଛୁ ।’’

ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍ କହିଛନ୍ତି ଯେ, “ଗ୍ରାଜିଆ ୧୨୫ ରେପ୍‌ସଲ୍ ହୋଣ୍ଡା ଟିମ୍‌ ଏଡିସନ୍‌କୁ ଉନ୍ମୋଚନ କରାଯିବା ସହ ରେସିଂର ଭାବ ଜାଗ୍ରତ ହୋଇଥିବା ବେଳେ ଏହା ମୋଟୋ ଜିପି ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହାର ସ୍ପେର୍ଟିୟର ଲୁକ୍ ସହିତ କମଳା, ଲାଲ ଓ ଧଳା ସ୍କିମ୍‌ର ସ୍ମାର୍ଟ ଗ୍ରାଫିକ୍ସ ସହିତ ସ୍ପୋର୍ଟି ଇଂଜିନ୍ ଏହାକୁ ରେସିଂ ପ୍ରେମୀଙ୍କ ପାଇଁ ଏକ ଅଦମ୍ୟ ପ୍ୟାକେଜ୍‌ରେ ପରିଣତ କରିଛି ।’’ ଗ୍ରାଜିଆ ୧୨୫ରେ ରହିଛି ପିଜିଏମ୍‌-ଏଫ୍‌ଆଇ ଇଂଜିନ, ଆଇଡିଲିଂ ଷ୍ଟପ୍ ସିଷ୍ଟମ୍‌, ଏନ୍‌ହାନ୍ସଡ୍ ସ୍ମାର୍ଟ ପାୱାର, ଏଲଇଡି ଡିସି ହେଡଲ୍ୟାମ୍ପ୍‌, ମଲ୍ଟି ଫଙ୍କସନ୍ ସ୍ୱିଚ୍‌, ଇଂଟିଗ୍ରେଟେଡ୍ ପାସିଂ ସ୍ୱିଚ୍‌, ସାଇଣ୍ଡ ଷ୍ଟାଣ୍ଡ୍‌ ଇଣ୍ଡଇକେଟର ସହିତ ଇଂଜିନ କଟ୍ ଅଫ୍‌, ଇଟେଂଲିଜେଂଟ୍ ଇନଷ୍ଟ୍ରୁମେଂଟ୍‌ ଡିସ୍‌ପ୍ଲେ, ୩ ଷ୍ଟେପ୍ ଆଡଜଷ୍ଟ ହୋଇପାରୁଥିବା ପଛ ସସ୍‌ପେନ୍‌ସନ୍ ଏବଂ ସାମ୍ନାରେ ଟେଲିସ୍କୋପିକ୍ ସସ୍‌ପେନ୍‌ସନ୍‌, ସ୍ପ୍ଲିଟ୍ ଏଲଇଡି ପୋଜିସନ୍‌ ଲ୍ୟାମ୍ପ୍ ଆଦି ସୁବିଧା ରହିଛି । ଗ୍ରାଜିଆ ୧୨୫ ରେପସଲ ହୋଣ୍ଡା ଟିମ୍ ଏଡିସନ୍‌ର ଏକ୍ସ ସୋ’ରୁମ୍ ମୂଲ୍ୟ (ଗୁରୁଗ୍ରାମ, ହରିୟାଣା) ୮୭,୧୩୮ ଟଙ୍କା ରହିଛି ।