ବିଫୁଳ ପରିମାଣର ଗଞ୍ଜେଇ ଜବତ ଜଣେ ଗିରଫ ,୨ ଫେରାର ,ଅନ୍ୟ ଚାଲାଣକାରୀଙ୍କୁ ଶ୍ରୀଘ ଧରାଯିବା ନେଇ ସୂଚନା ଦେଲେ ଆଇଆଇସି

ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) ବୈପାରିଗୁଡା :- ଅଳ୍ପ ଦିନ ର ବ୍ୟବଧାନ ଭିତରେ ବୈପାରିଗୁଡା ପୋଲିସ ଆଉ ଏକ ସଫଳତା ହାସଲ କରିଥିବା ବେଳେ ରାମଗିରି ଅଚଂଳରୁ ପ୍ରାୟ ଏକ ଟନ୍ ରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଜଣେ ଗଞ୍ଜେଇ ଚାଲାଣକାରୀ ସହ ଗୋଟିଏ ପିକପ୍ପ ଭ୍ୟାନ୍ ମଧ୍ୟ ପୋଲିସ ହାତରେ ଧରାପଡିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ! ତେବେ ଦିନ କୁ ଦିନ ବୈପାରିଗୁଡା ଅଚଂଳରେ ଗଞ୍ଜେଇ ଦ୍ରବ୍ୟର କାରବାର ବୃଦ୍ଧି ପାଇଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ଆଣ୍ଟାଭିଡି ଛନ୍ତି ବୈପାରିଗୁଡା ଆଇଆଇସି ଈଶ୍ବର ତାଣ୍ଡି !

ମାଲକାନଗିରି ଠାରୁ କୋଟପାଡକୁ  ଗଞ୍ଜେଇ ଚାଲାଣ ହେଉଥିବା ନେଇ ବୈପାରିଗୁଡା ଥାନା ଆଇଆଇସି ଈଶ୍ବର ତାଣ୍ଡି ଖବର ପାଇବା ମାତ୍ର ଏକ ଟିମ୍ ଗଠନ କରି ଏସଆଇ କୁମାର ବଳବନ୍ତରାୟ ଓ ଏସଆଇ ଘାସିରାମ ସେଠୀ ଓ ପୋଲିସ କର୍ମଚାରୀ ମାନଙ୍କୁ ରାମଗିରି ଅଚଂଳ ପଠାଇଥିବା ବେଳେ ପୋଲିସ ହାତରେ ଗଞ୍ଜେଇ ଗାଡି ସହ ଜଣେ ଯୁବକକୁ ଗିରଫ କରିଥିବାର ଜଣାପଡିଛି !

ଗାଡିକୁ ଜବତ କରି ବୈପାରିଗୁଡା ଥାନାକୁ ଆଣି ଅଧିକ ତଦନ୍ତ କରାଯାଇଥିବା ବେଳେ ବୈପାରିଗୁଡା ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁ ଙ୍କ ଉପସ୍ଥିତିରେ ଗାଡି ରୁ ଗଞ୍ଜେଇ ବାହାର କରାଯାଇ ଓଜନ କରାଯାଇଥିବା ବେଳେ ଜବତ ଗଞ୍ଜେଇ ୧୦୧୫ କେଜି ବୋଲି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ଙ୍କ ଠାରୁ ସୂଚନା ମିଳିଛି ! ଜବତ ଗଞ୍ଜେଇର ମୂଲ୍ୟ ବଜାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ଦେବା ବୋଲି ଜଣାପଡିଛି !