ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ନବ ନିର୍ମିତ କୃଷି ପ୍ରୟୋଗ ଶାଳା ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ବାଙ୍କୀ :- ବାଙ୍କୀ ନିର୍ବାଚନ ମଣ୍ଡଳୀ ର ଅରିଲୋ ନିକଟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ କୃଷି ପ୍ରୟୋଗ ଶାଳା ପ୍ରୟୋଗ ଶାଳା କୁ ମନ୍ତ୍ରୀ, ଉଚ୍ଚଶିକ୍ଷା, କୃଷିଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ୍ ବିକାଶ ବିଭାଗ ର ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିଲେ।ମନ୍ତ୍ରୀ ଡଃ ସାହୁ ଶ୍ରୀ ଶ୍ରୀ ଆୟୁର୍ବେଦ ବିଜ୍ଞାନ ଓ ଅନୁସନ୍ଧାନ ଚିକିତ୍ସାଲୟ ପରିଦର୍ଶନ କରି ଚଳିତ ବର୍ଷ ରୁ ବିଶ୍ୱବିଦ୍ୟାଳୟ ଆୟୁର୍ବେଦ ବିଜ୍ଞାନ ଶିକ୍ଷା ର ସ୍ୱାତକ ପାଠ୍ୟକ୍ରମ ଖୋଲିବାକୁ ଯାଉଥିବା ଅବସରରେ  ବିଶ୍ୱବିଦ୍ୟାଳୟ ପକ୍ଷରୁ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ । ଏହି କାର୍ଯ୍ୟ କ୍ରମ ଅବସର ରେ ନକ୍ଷତ୍ର ବନମ ଠାରେ ଡଃ ସାହୁ ଏକ ଚାରା ରୋପଣ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଗୋଶାଳା ରେ ୪୦ ଗୋଟି ଦେଶୀ ଗାଈ ଙ୍କୁ ପୂଜନ କରି ଗୋଶାଳା ପରିଦର୍ଶନ କରିଥିଲେ । ଏହା ପରେ ଉଦଘାଟିତ ହୋଇଥିବା ଆଧୁନିକ ଜ୍ଞାନ କୌଶଳ ର କୃଷି ବିଭାଗ ୧୩ ଗୋଟି ପ୍ରୟୋଗ ଶାଳା ଶସ୍ୟ ବିଜ୍ଞାନ ଓ ପାଣିପାଗ ବିଜ୍ଞାନ,ମୃତ୍ତିକା ବିଜ୍ଞାନ ଓ କୃଷି ରସାୟନ, ଉଦ୍ଭିଦ ରୋଗ ବିଜ୍ଞାନ ଓ କିଟାଣୁ ବିଜ୍ଞାନ,ଫସଲ କ୍ରିୟା ବିଜ୍ଞାନ ଓ ଖାଦ୍ୟ,ପୋଷଣ ଓ ଖାଦ୍ୟ ପେୟ,ଆନୁବଂଶିକ ଏବଂ ଉଦ୍ଭିଦ ପ୍ରଜନନ,ଉଦ୍ୟାନ କୃଷି,କିଟ ବିଜ୍ଞାନ,ପରିବେଶ ବିଜ୍ଞାନଏବଂ ବନ ବିଭାଗ, ପଶୁ ବିଜ୍ଞାନ,କୃଷି ବୈଷୟିକ ଶିକ୍ଷା, କୃଷି ଅର୍ଥନୀତି ସମ୍ପ୍ରସାରଣ ଶିକ୍ଷା ଓ ଯୋଗାଯୋଗ ବିଭାଗ ବିଭାଗ କୀର୍ତ୍ତି ବ୍ଲକ ରେ ଥିବା ବେଳେ ଏହା ବହୁ ଆଦୃତ ହୋଇଛି ।

ସାମ୍ପ୍ରତି କୃଷି ବିଭାଗ ରେ କୃଷି, ଉଦ୍ୟାନ କୃଷି, କୃଷି ବ୍ୟବସାୟ, ଖାଦ୍ୟ ପୋଷଣ, ଆହାର ବିଜ୍ଞାନ କୁ ସମ୍ପ୍ରସାରଣ କରାଯାଇ ସ୍ୱାତକୋତର ଏବଂ ପି.ଏଚ.ଡି ରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଲୋଚନା କରାଯିବା ସହ ମନ୍ତ୍ରୀ ଖୁସି ପ୍ରକଟ କରିଥିଲେ । ବିଶ୍ୱବିଦ୍ୟାଳୟ କିପରି ସମଗ୍ର ଦେଶ ରେ ନିଜସ୍ୱ ଟେକ ରଖିପାରିବ ସେ ସମ୍ପର୍କରେ ଡ଼ଃ ସାହୁ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟ ର କୃଷି ବିଭାଗ ର ଦକ୍ଷ ଅଧ୍ୟାପକ ଓ ଅଧ୍ୟାପିକା ମାଧ୍ୟମରେ ଗ୍ରାମାଞ୍ଚଳରେ ଯୁବ ଗୋଷ୍ଠୀ ବିଶେଷ କରି ମହିଳା ମାନଙ୍କୁ ସ୍ୱବାବଲବୀ କରିବାରେ ସହଯୋଗ କରିବ । ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ସଭାପତି ପ୍ରଫେସର ରଜିତା କୁଲକର୍ଣ୍ଣି ଯୋଗ ଦେଇ କହିଥିଲେ ଆଜି ବିଶ୍ୱବିଦ୍ୟାଳୟ କୁ ଇଉଜିସି୧୨ବି ପ୍ରାପ୍ତ ହେବା ଆନନ୍ଦ ର କଥା ।

କରୋନା ମହାମାରୀ ସମୟ ରେ ବିଶ୍ୱବିଦ୍ୟାଳୟ ରେ ଅନଲାଇନ ରେ ପାଠ ପଢ଼ା ବସ୍ତବିକି ଅନ୍ୟ ପାଇଁ ଉଦାହରଣ ପାଲଟିଛି । ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଅଜୟ କୁମାର ସିଂ,ରେଜିଷ୍ଟ୍ରର ପ୍ରଫେସର ବିଆର ଶର୍ମା, ଡକ୍ଟର ରବି ନାରାୟଣ ଶତପଥୀ, ଡକ୍ଟର ବିଜୟ ଲଷ୍ମୀ ମହାନ୍ତି, ସୋନାଲି ଦାସ ଙ୍କ ସମିତ ସମସ୍ତ ବିଭାଗ ର ପ୍ରଫେସର ଓ ଛାତ୍ର ଛାତ୍ରୀ କୋଭିଡ ନିୟମ ରେ ଉପସ୍ଥିତ ଥିଲେ ।  ପରିଶେଷରେ ମନ୍ତ୍ରୀ ସାହୁ ବିଶ୍ୱବିଦ୍ୟାଳୟ କିପରି ଭାରତ ରେ ଏକ ନମ୍ବର ସ୍ଥାନ ହାସଲ କରିବ ସେଥିପାଇଁ ସମସ୍ତେ ସଂକଳ୍ପ ନେବା ସହ ପୂଜ୍ୟ ଗୁରୁଜୀ ରବିଶଙ୍କର ଙ୍କ ନୀତି ଆଦର୍ଶ ସମ୍ପର୍କରେ ସମସ୍ତେ ଅବଗତ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।