ଆମୱେ ଇଣ୍ଡିଆ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଉତ୍ସାହିତ କରି ପାର୍ବଣର ଆନନ୍ଦ ପରିବ୍ୟାପ୍ତ କରିଛି

ପୂର୍ବାଞ୍ଚଳରେ ସ୍ୱାସ୍ଥ୍ୟପ୍ରଦ ପାର୍ବଣକାଳୀନ ରାନ୍ଧଣା ଏବଂ ଶ୍ୱାସକ୍ରିୟା ସମ୍ପର୍କିତ ସ୍ୱାସ୍ଥ୍ୟ ଉପରେ ପ୍ରଚଳନ କରୁଛି ଏକାଧିକ ପ୍ରୟାସ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ଭୁବନେଶ୍ୱର :- ସୁସ୍ଥ ଜୀବନ ବଞ୍ଚିବାକୁ ଉତ୍ସାହିତ କରିବାକୁ ଏହାର ପ୍ରୟାସ ଜାରି ରଖି ଅନ୍ୟତମ ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରୁଥିବା ଏକାଧିକ କାର୍ଯ୍ୟକ୍ରମ ସହିତ ଆଲୋକର ପର୍ବ ଦୀପାବଳି ପାଳନ କରିଛି । ଦୀପାବଳିର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବାକୁ ଦେଶର ସମସ୍ତ ଅଞ୍ଚଳରେ ଏହାର ପ୍ରତ୍ୟକ୍ଷ ବିକ୍ରେତା ଏବଂ ସେମାନଙ୍କର ଗ୍ରାହକମାନଙ୍କ ସକାଶେ ଆମୱେ ଜନସାଧାରଣଙ୍କୁ ସୁସ୍ଥ ଓ ଉନ୍ନତ ଜୀବନ ନିର୍ବାହ ଦିଗରେ ସହାୟତା କରିବା ପ୍ରୟାସ ଉପରେ ଆଧାରିତ ବହୁବିଧ ପ୍ରୟାସ ହାତକୁ ନେଇଥିଲା । ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ, ରାନ୍ଧଣା ଆଦି ଭଳି ସହଭାଗିତା ଆଗ୍ରହ ଆଧାରରେ ଅନ୍‍ଲାଇନ ଗୋଷ୍ଠୀର ପ୍ରଚଳିତ ଧାରାର ଫାଇଦା ଉଠାଇ ଆମୱେ ଉଭୟ ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଜନସାଧାରଣ ନିଜ ଘରେ ନିରାପଦରେ ରହି ଦୀପାବଳି ଉପଭୋଗ କରିବାକୁ ଅଗଣିତ ପ୍ରଚାର ଅଭିଯାନ ଏବଂ କାର୍ଯ୍ୟକ୍ରମ ସହିତ ପାର୍ବଣକୁ ଜାଜୁଲ୍ୟମାନ କରିଥିଲା ।

ପୂର୍ବାଞ୍ଚଳରେ ଆମୱେ ମିଠାଇ, ମୃଦୁପାନୀୟ ଏବଂ ସୁସ୍ୱାଦୁ ଭୋଜନ ଆଦି ସହିତ ସ୍ୱାସ୍ଥ୍ୟପ୍ରଦ ପାର୍ବଣକାଳୀନ ରାନ୍ଧଣା କାର୍ଯ୍ୟକ୍ରମ ‘ଦିଲ୍‍ ସେ ଦିୱାଲି’ ଆୟୋଜନ କରିଥିଲା । ଏଥିସହିତ ଚଳିତ ପାର୍ବଣ ଋତୁରେ ଶ୍ୱାସ ପ୍ରଶ୍ୱାସ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆମୱେ ଇଷ୍ଟ ‘ଆପଣଙ୍କ ସ୍ୱାସ୍ଥ୍ୟକୁ ଭୁଲିଯାଆନ୍ତୁ ନାହିଁ’ (ଡୋଌକ୍ଷଗ୍ଧ; ଫରଗେଟ ୟୋର ହେଲ୍‍ଥ) ଏବଂ ‘ସ୍ୱଚ୍ଛ ବାୟୁ ଆଘ୍ରାଣ କରନ୍ତୁ’ (ବ୍ରେଦ ଇନ୍‍ କ୍ଲିନ ଏୟାର) ଶୀର୍ଷକରେ ସ୍ୱତନ୍ତ୍ର ଅଧିବେଶନମାନ ଆୟୋଜନ କରିଥିଲା, ଯାହା ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧ ଶକ୍ତି ଏବଂ ଶ୍ୱାସ ପ୍ରଶ୍ୱାସ ସ୍ୱାସ୍ଥ୍ୟ ଉପରେ ନିଖୁଣ ଭାବରେ ଦୃଷ୍ଟିନିବଦ୍ଧ କରିଥିଲା । ଏହି ସମସ୍ତ ପ୍ରୟାସ ସମ୍ପର୍କରେ ମତ ଦେଇ ଆମୱେ ଇଣ୍ଡିଆର ପୂର୍ବ ଓ ପଶ୍ଚିମାଞ୍ଚଳ ବରିଷ୍ଠ ଭାଇସ ପ୍ରେସିଡେଌକ୍ଷଗ୍ଧ; ଶ୍ରୀ ଚନ୍ଦ୍ର ଭୂଷଣ ଚକ୍ରବର୍ତ୍ତୀ କହିଛନ୍ତି, “ଏହା ବର୍ଷର ସେହି ସମୟ, ଯେତେବେଳେ ପାର୍ବଣର ମହକ ଗଗନ ପବନରେ ଭରି ରହିଛି ଏବଂ ସର୍ବତ୍ର ଆନନ୍ଦ ଉଲ୍ଲାସ ଭରିଯାଇଛି ଏବଂ ଜନସାଧାରଣ ଭୋଜିଭାତ ଆୟୋଜନ, କିଣାକଣି, ଆମୋଦ ପ୍ରମୋଦ ସହିତ ହୃଦୟଭରି ପାର୍ବଣକୁ ପାଳନ କରୁଛନ୍ତି ।

ଖାଦ୍ୟ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଏହା ମଧ୍ୟ ପାର୍ବଣ ପାଳନର ଉଦ୍ଦୀପନାକୁ ଉଚ୍ଚତର ସୋପାନକୁ ନେଇଯିବାପରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମହାମାରୀର ପ୍ରାଦୁର୍ଭାବ ହ୍ରାସ ପାଉଥିବା ସତ୍ତ୍ୱେ ଜନସାଧାରଣ ନିଜର ଯତ୍ନ ଏବଂ ସାମଗ୍ରିକ କଲ୍ୟାଣ ପ୍ରତି ଅଗ୍ରାଧିକାର ଦେଉଛନ୍ତି , ସେହି ସମୟରେ ନିଜ ଘରେ ପାର୍ବଣ ପାଳନର ଅନୁଭୂତିରେ ବୃଦ୍ଧି ଘଟାଇବା ଉପରେ ଦୃଷ୍ଟିନିବଦ୍ଧ କରୁଛନ୍ତି । ଏହି ଧାରା ଆଧାରରେ ଆମେ ଆମର ପ୍ରତ୍ୟକ୍ଷ ବିକ୍ରେତା ଏବଂ ସେମାନଙ୍କର ଗ୍ରାହକଙ୍କୁ ଅନ୍‍ଲାଇନ ମଞ୍ଚରେ ଏକତ୍ର ହେବା ଏବଂ ପାର୍ବଣକୁ ସୁସ୍ଥ ଉପାୟରେ ପାଳନ କରିବାକୁ ଆମର ଅନ୍‍ଲାଇନ ସମୁଦାୟଙ୍କ ସାମର୍ଥ୍ୟକୁ ଉପଯୋଗ କରିଥିଲୁ । ଏ ଦିଗରେ ସେମାନଙ୍କ ପାଇଁ ଆମେ ଅନନ୍ୟ ଏବଂ ନିୟୋଜନକାରୀ ଉତ୍ପାଦର ଅନୁଭୂତି ବିକଶିତ କରିଥିଲୁ ଏବଂ ସେହି ସମୟରେ ଜନସାଧାରଣଙ୍କୁ ସେମାନଙ୍କ ନିଜ ପାଇଁ ତଥା ସେମାନଙ୍କ ପ୍ରିୟ ପରିଜନଙ୍କ ପାଇଁ ଏହି ପାର୍ବଣ ଋତୁରେ ସ୍ୱାସ୍ଥ୍ୟପ୍ରଦ ପସନ୍ଦ କରିବାକୁ ସେମାନଙ୍କୁ ସହାୟତା କରିବାକୁ ଆମର ଆଗ୍ରହୀ ଉଦ୍ୟୋଗୀମାନଙ୍କର ବର୍ଦ୍ଧିତ ପ୍ରଭାବର ଉପଯୋଗ କରିଥିଲୁ ।”

ଆମୱେ ପାର୍ବଣକାଳୀନ ରାନ୍ଧଣା ଉପରେ ଭର୍ଚୁଆଲ କାର୍ଯ୍ୟକ୍ରମ ଆୟୋଜନ କରି ଏହାର ଆମୱେ କ୍ୱିନ କୁକୱେର ବର୍ଗର ଉତ୍ପାଦଗୁଡିକୁ ବ୍ୟବହାର କରିବା ସହିତ ଆମୱେର ନ୍ୟୁଟ୍ରିଲାଇଟ ଅଲ୍‍ ପ୍ଲାଌକ୍ଷଗ୍ଧ; ପ୍ରୋଟିନ ସହିତ ସ୍ୱାସ୍ଥ୍ୟକର ପାର୍ବଣକାଳୀନ ସୁସ୍ୱାଦୁ ଓ ସହଜରେ ପ୍ରସ୍ତୁତ କରିହେଉଥିବା ଖାଦ୍ୟ ସମ୍ପର୍କରେ ସୂଚନା ସହଭାଗିତା କରିଥିଲା । ଆମୱେ କ୍ଲିନ କୁକୱେର ବର୍ଗର ଉତ୍ପାଦଗୁଡିକ ପ୍ରାତଃ ଶୂନ୍ୟ ତେଲ ବ୍ୟବହାରରେ ଚମତ୍କାର ରାନ୍ଧଣା ପ୍ରଦର୍ଶନ ଦକ୍ଷତା ଦେଖାଇଥିଲା । ଏହି ପାର୍ବଣ ପାଳନକୁ ଅଧିକ ଆକର୍ଷଣୀୟ କରି ‘ଡୋଌକ୍ଷଗ୍ଧ; ଫରଗେଟ ୟୋର ହେଲ୍‍ଥ‘ ଏବଂ ‘ବ୍ରେଦ ଇନ୍‍ କ୍ଲିନ ଏୟାର’ ପ୍ରଚାର ଅଭିଯାନ ନ୍ୟୁଟ୍ରିଲାଇଟ ତୁଳସୀ, ନ୍ୟୁଟ୍ରିଲାଇଟ ଭାସାକା, ମୁଲେଥି ଏବଂ ସୁରାସା ସହିତ ଆମୱେ ବର୍ଗର ବାୟୁ ବିଶୋଧନକାରୀ, ଆଟମୋସ୍ପୟିର ମିନି ଏବଂ ଆଟ୍‍ମୋସ୍ପିୟର ଡ୍ରାଇଭ ଆଦି ଜରିଆରେ ଜନସାଧାରଣଙ୍କୁ ସେମାନଙ୍କର ଶ୍ୱାସ ପ୍ରଶ୍ୱାସ କାଳୀନ ସ୍ୱାସ୍ଥ୍ୟର ଯତ୍ନ ନେବାଦିଗରେ ସେମାନଙ୍କୁ ସୁଚିନ୍ତିତ ପସନ୍ଦ କରିବାକୁ ଉତ୍ସାହିତ କରିଥିଲା ।

ଡିଜିଟାଲ ଧାରାକୁ ଗ୍ରହଣ କରି ଆମୱେ ଇଣ୍ଡିଆ ଏହାର ପ୍ରତ୍ୟକ୍ଷ ଖୁଚୁରା ବିକ୍ରେତା / ବିକ୍ରେତା ଏବଂ ସେମାନଙ୍କର ଗ୍ରାହକମାନଙ୍କ ପାଇଁ ବ୍ରାଣ୍ଡ୍‍ ସହିତ ସଂଯୁକ୍ତ ହେବା ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ନିୟୋଜିତ ରହିବା ଭଳି ଭର୍ଚୁଆଲ ଅନୁଭୂତି ସୃଷ୍ଟି କରୁଛି ଏବଂ ସେହି ସମୟରେ ସହଭାଗୀ ଆଗ୍ରହ ଏବଂ ଉତ୍ସାହ ଆଧାରରେ ଗୋଷ୍ଠୀଗୁଡିକ ନିର୍ମାଣ କରୁଛି । ଏଥିସହିତ ସୁସ୍ଥ ଜୀବନ ଯାପନ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣର ଗୁରୁତ୍ୱକୁ ଦୋହରାଇବା ଉପରେ କମ୍ପାନୀ ଦୃଷ୍ଟିନିବଦ୍ଧ କରୁଛି ଏବଂ ଅନ୍ୟମାନଙ୍କୁ ସହାୟତା କରିବା ସହିତ ଉତ୍ସବକୁ ଭିନ୍ନ ଭାବରେ ପାଳନ କରିବାକୁ ଗୋଷ୍ଠୀ ନିର୍ମାଣର ଇଛାଶକ୍ତିକୁ ପ୍ରୋତ୍ସାହିତ କରୁଛି ।