ଗଜପତି ଜିଲ୍ଲାର କାଶୀନଗର ବ୍ଲକର କେ. ସିତାପୁର ପଞ୍ଚାୟତ ଅନ୍ତର୍ଗତ ଇପାଗୁଡ଼ା ଗ୍ରାମ ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀ ନଗର ବ୍ଳକର କେ. ସୀତା ପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଇପାଗୁଡା ଗ୍ରାମ ଠାରେ ବିଜେପିର ଏକ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ଵରେ ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ. ନାରାୟଣ ରାଓ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ଵରେ କାଶୀନଗର ବ୍ଳକ ଅଧ୍ୟକ୍ଷ ସି.ଏଚ.ସୀମାଦ୍ରୀ ଙ୍କ ନେତୃତ୍ୱରେ ଇପା ଗୁଡା ଗ୍ରାମର

ବିଭିନ୍ନ ଦଳର ୨୦୦ଲୋକ ବିଜେପିରେ ଯୋଗଦେଇଛନ୍ତି ସେମାନଙ୍କୁ ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପୁଷ୍ପ ଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇସ୍ଵାଗତ କରିଥିଲେ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳ ତୃଣ ମୂଳ ସ୍ତରରେ ସୁଦୃଢ ହୋଇ ପାରିବ ବୋଲି ଆଶା କରାଯାଉଛି । ଏହି ମିଶ୍ରଣ ପର୍ଵରେ ବିଜେପିର ଦଳୀୟକର୍ମୀ ଓ ନେତା ପ୍ରମୁଖ ଉପସ୍ଥିତ ଥିଲେ l