ଗାଇସିଲେଟ ର ସରଗମଲ୍ଲି ଅନୁଷ୍ଠାନ ମୁଖ୍ୟ ମନ୍ତ୍ରୀ ଟ୍ରଫି ହାସଲ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାର ବରଗଡ଼ :- ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ତଥା ମୁଖ୍ୟ ମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଆଜି ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଗାଇସିଲେଟ ବ୍ଲକର ସରଗ ମଲ୍ଲି ଲୋକ ନୃତ୍ୟ ଦଳ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ହାସଲ କରିବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ, ଜିଲ୍ଲା ସଂସ୍କୃତି ପରିଷଦ ବରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲୋକକବି ପଦ୍ମିଶ୍ରୀ ହଳଧର ନାଗ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଏବଂ ବକ୍ତା ଭାବେ ନାଟ୍ୟକାର ତଥା ନିର୍ଦ୍ଦେଶକ କେଶ ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ। ପଦ୍ମଶ୍ରୀ ହଳଧର ନାଗ ତାଙ୍କ ବକ୍ତବ୍ୟରେ ନିଜ ସଂସ୍କୃତି କୁ ସମ୍ମାନ ଓ ସୁରକ୍ଷା କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଅନ୍ୟତମ ଅତିଥି ବିଧାୟକ ଦେବେଶ ଆଚାର୍ଯ୍ୟ ରାଜ୍ୟ ସରକାର ଙ୍କ ଦ୍ଵାରା ଲୋକ କଳାର ପ୍ରଚାର ପ୍ରସାର ପାଇଁ ଲୋକ କଳା ପ୍ରତିଯୋଗିତା ଆରମ୍ଭ ହୋଇଛି ।

ଏଥିରେ ଆମ ଅଞ୍ଚଳ ର ଲୁପ୍ତପ୍ରାୟ କଳା ଓ କଳାକାର ପ୍ରୋତ୍ସାହିତ ହୋଇ ଆଗାମୀ ପିଢୀ ପାଇଁ ବାର୍ତ୍ତାବହ ହୋଇପାରିବେ ବୋଲି କହିଥିଲେ। ସେହିପରି ମୁଖ୍ୟ ବକ୍ତା କେଶ ରଞ୍ଜନ ପ୍ରଧାନ ତାଙ୍କ ବକ୍ତବ୍ୟରେ ପଶ୍ଚିମ ଓଡ଼ିଶା ର ମହାନ୍ ଗଣପର୍ବ ନୂଆଖାଇ ଶ୍ରଦ୍ଧା, ସମ୍ମାନ,ଆତ୍ମିୟତା ତଥା ଭାତୃତ୍ବ ପ୍ରେମର ଏକ ନିଆରା ପରମ୍ପରା, ଏହା ସମାଜ କୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥାଏ ବୋଲି କହିଥିଲେ। ସଭା ରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ସଭାପତିତ୍ବ କରିଥିବା ବେଳେ ଏହାକୁ ଭାର ପ୍ରାପ୍ତ ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ ।

ଏହି ଉପଲକ୍ଷେ ଆୟୋଜିତ ମୁଖ୍ୟ ମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ରେ (୧୨ ବ୍ଲକ ର କଳାକାରମାନେ ଅଂଶ ଗ୍ରହଣ କରିଥିଲେ) ଅତାବିରା ରୁ କର୍ମଚାରୀ ଲୋକ ନୃତ୍ୟ ଦଳ, ଭେଡେନ ରୁ ଖଞ୍ଜଣି ଭଜନ, ବରଗଡ଼ ବ୍ଲକ ରୁ ଡାଲଖାଇ, ବରପାଲି ରୁ ଶବ୍ଦ ନୃତ୍ୟ, ବିଜେପୁର ର ଘୁଡକା ନୃତ୍ୟ, ସୋହେଲା ବ୍ଲକ ରୁ ଦୁଲାବିହା, ପଦ୍ମପୁର ରୁ କଲଙ୍ଗା ନୃତ୍ୟ, ଝାରବନ୍ଧ ବ୍ଲକ ରୁ ସଂଚାର, ଅମ୍ବାଭୋନା ବ୍ଲକ ରୁ ସଂପ୍ରଦା କଳାକାର ପ୍ରତିଯୋଗିତା ରେ ଭାଗ ନେଇଥିଲେ । ଏଥିରେ ଗାଇସିଲେଟ ବ୍ଲକର ସରଗମଲ୍ଲି ଅନୁଷ୍ଠାନ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅଂଶ ଗ୍ରହଣ କରି ବାକୁ ମନୋନୀତ ହୋଇଥିଲେ। ସେହିପରି ସୋହେଲା ବ୍ଲକ ର ଦୁଲା ବିହା ଦ୍ବିତୀୟ ଏବଂ ବରଗଡ଼ ବ୍ଲକ ଚୋରାରେ ସମ୍ବଲପୁରୀ ନୃତ୍ୟ ଗବେଷଣା କେନ୍ଦ୍ର ୩ୟ ସ୍ଥାନ ଅଧିକାର କରି ଟ୍ରଫି ହାସଲ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ)