ସୋମବାର ଦିନ ବନ୍ଦ ରହିବ ନୟାଗଡ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ସେପ୍ଟେମ୍ବର ରବିବାର ) ନୂଆଗାଁ :- ଆଜି ମଧ୍ୟ ରାତ୍ରରେ ବାତ୍ୟା ଗୁଲାବ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗ ପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି,ଖୋର୍ଦ୍ଧା,ପୁରୀ, ନୟାଗଡ଼, ଏବଂ

କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଙ୍କୁ ସୋମବାର ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ଦିନ ସ୍ଥିତି କୁ ବିଚାର କରି ଶିକ୍ଷାନୁଷ୍ଠାନ ଖୋଲା ରହିବ କି ବନ୍ଦ ରହିବ ଜିଲ୍ଲାପାଳ ନିଷ୍ପତି ନେବେ । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପାଇଁ ସମସ୍ତ ବ୍ଲକ୍ ଶିକ୍ଷାଧିକାରୀ ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ,ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । (ରିପୋର୍ଟ – ପୁଷ୍ପଲତା ପ୍ରଧାନ )