ଖରସ୍ରୋତା ଓ ଶାଖା କାଣୀ ନଦୀରେ ବନ୍ୟା ଆସିବା ପରେ କେନ୍ଦ୍ରାପଡା ଜିଲ୍ଲା ଆଳି ଧୋୟାଞ୍ଚଳରେ -୧୦ଟି ଗ୍ରାମ ପଞ୍ଚାୟତର ବନ୍ୟା ସ୍ଥିତି ଗମ୍ଭୀର ହୋଇ ପଡିଛି

ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ଶନିବାରଆଳି :- ଖରସ୍ରୋତା ଓ ଶାଖା କାଣୀ ନଦୀରେ ବନ୍ୟା ଆସିବା ପରେ କେନ୍ଦ୍ରାପଡା ଜିଲ୍ଲା ଆଳି ଧୋୟାଞ୍ଚଳରେ ବସବାସ କରୁଥିବା ୧୦ଟି ଗ୍ରାମ ପଞ୍ଚାୟତର ବନ୍ୟା ସ୍ଥିତି ଗମ୍ଭୀର ହୋଇ ପଡିଛି । ଏହି ପଞ୍ଚାୟତକୁ ଯାତାୟତ ନିମନ୍ତେ ଥିବା ମୁଖ୍ୟରାସ୍ତା ମାନପୁର ଗୋବିନ୍ଦପୁର ରାସ୍ତାର ମାନପୁର ନିକଟରୁ ଡିମିରିପାଳ ନାରାୟଣ ପୁର ମଠ ପର୍ଯ୍ୟନ୍ତ ପ୍ରାୟ ଦେଢ କିଲୋମିଟର ରାସ୍ତାରେ ୬ ଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଛି । ଲୋକମାନେ ଯାତାୟତ ନିମନ୍ତେ ଭୁଟୁଭୁଟି ଉପରେ ନିର୍ଭର କରୁଛନ୍ତି । ବନ୍ୟା ଯୋଗୁଁ ପଞ୍ଚାୟତ ସହିତ ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଏରଡଙ୍ଗ, ପାଳିମୀ ପଞ୍ଚାୟତକୁ ଯାଇଥିବା ମୁଖ୍ୟରାସ୍ତାରେ ଅଥଳ ଅଥଳ ପାଣି । ଅଞ୍ଚଳର ଲୋକମାନେ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି ।

ସେହିପରି ପେତପଡା, ସଂସିଧା ପଂଚାୟତର ଅବସ୍ଥା ମଧ୍ୟ ସଂଗୀନ ରହିଛି ା ଗ୍ରାମର ମୁଖ୍ୟରାସ୍ତାରେ ସହିତ ଗାଁ ଦାଣ୍ଡରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକମାନେ ଘରୁ ପଦାକୁ ବାହାର ପାରୁନାହାନ୍ତି । ଚାରଣ ଭୂମି ଗୁଡିକ ବନ୍ୟାଜଳରେ ବୁଡି ରହିଥିବାରୁ ଗୃହପାଳିତ ପଶୁ ଗାଈଗୋରୁ ଗୁହାଳରେ ଓପାଷରେ ବନ୍ଧା ହୋଇ ରହିଛନ୍ତି । ଉକ୍ତ ଅଞ୍ଚଳରେ ଥିବା ସ୍କୁଲ, ଦେବଦେବୀ ମନ୍ଦିର, ନଳକୂପ ସମେତ ଶହ ଶହ ଏକର ଚାଷଜମି ବନ୍ୟାଜଳରେ ବୁଡିରହିଛି । ବନ୍ୟାଜଳ ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ସମସ୍ୟା ବଢିବାରେ ଲାଗିଛି । ଦୁଇଦିନ ହେବ ସେମାନେ ପାଣିଘେରରେ ଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ କୈାଣସି ବି ସହାୟତା ସେମାନଙ୍କ ନିକଟରେ ପହଞ୍ôଚ ନ ଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ଧୋୟାଞ୍ଚଳକୁ ଏବେ ଯାତାୟତ ନିମନ୍ତେ ମାନପୁର ଘୋଷରା ନିକଟରେ ପ୍ରଶାସନ ପକ୍ଷରୁ ଡଙ୍ଗା ପକାଯିବାର ବ୍ୟବସ୍ଥା ଥିଲେ ସୁଦ୍ଧା ପ୍ରଶାସନ ଏ ଯାଏଁ କୈାଣସି ପଦକ୍ଷେପ ଗ୍ରହଣ କରିନାହିଁ । କିଛି ବ୍ୟକ୍ତିଗତ ଲୋକ ଡଙ୍ଗାପକାଇ ଲୋକମାନଙ୍କ ନିକଟରୁ ୫୦ରୁ ୧୦୦ ଟଙ୍କାନେଇ ପାଣି ପାର କରାଉଛନ୍ତି । ଏପରି କି ଭୁଟୁଭୁଟିରେ ମନଇଚ୍ଛା ଲୋକ ଲଦାଲଦି କରି ନେଉଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଗୁରୁବାର ଆଳି ତହସିଲଦାର ତପନ ସେନାପତି କେତୁଆପାଳ, ଦେସାହି, ଗୋବିନ୍ଦପୁର, ପେତପଡା, ଡିମିରିପାଳ ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ପରଖିଥିବା ବେଳେ ଓ ବିଡିଓ ଦ୍ୱିବେନ୍ଦୁ ଦାସ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ।