ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ଅସ୍ତ୍ରୋପଚାର ସଫଳ

ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର ) ନୀଳଗିରି :- ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ସେ ଏବେ ସୁସ୍ଥ ଅଛନ୍ତି । ଅଗଷ୍ଟ ୨୯ ତାରିଖ ଭୋର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୀଳଗିରି ପରେ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରୀକ୍ଷା ପରେ ତାଙ୍କ ପିତ୍ତକୋଷରେ ୩ଟି ଷ୍ଟୋନ ଥିବାର ଜଣାପଡ଼ିଥିଲା । ପରେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି । ସେ ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷ, ଡାକ୍ତରଙ୍କ ସମେତ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । (ଦୀପ୍ତିମାନ ପତି, ଭଦ୍ରକ )