ଲରମ୍ଭା ରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ଜିଲ୍ଲା ସ୍ତରୀୟ ସାମାଜିକ ବୈଠକ 

ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ସୋମବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଲରମ୍ଭା ବାଗ ପଡା ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ର ସାମାଜିକ ବୈଠକ ଉପ ଲାଟ ସଭାପତି ତଥା ବଲାଙ୍ଗୀର ଜିଲ୍ଲା ସଭାପତି ଚନ୍ଦ୍ରଶେଖରବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । । ଅନୁଷ୍ଠିତ ବୈଠକରେ ସମାଜ ର ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲା ଉପ ସଭାପତି ଅର୍ଜୁନ ବରିହା, ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା,ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀ , ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା ,

ଖପ୍ରାଖୋଲ ସଭାପତି ଚନ୍ଦ୍ରଶେଖର ବରିହା , ଲୋଇସିଂହା ସଂପାଦକ ଭକ୍ତ ବରିହା , ଜିଲ୍ଲା କମିଟି ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା , ପାଣ୍ଡବ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ଅର୍ଥନୈତିକ,ରାଜନୈତିକ,ଶିକ୍ଷା ସ୍ବାସ୍ଥ୍ୟ, ସାମାଜିକ ରୀତିନୀତି ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁଁ ଚାଷ କାର୍ଯ୍ୟ ବ୍ୟାଘାତ ସୃଷ୍ଟି ହେବା ସଙ୍ଗେ ମରୁଡି ଆଶଙ୍କା ଦେଖାଦେଇଛି। ଅନେକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା କରି ନ ପାରି ବହୁ ଚାଷୀ ବଞ୍ଚିତ । ପ୍ରଧାନମନ୍ତ୍ରୀ ଫସଲ ବୀମା ପୁନଃ ବିଜ୍ଞପ୍ତି ପ୍ରକାଶ କରିବା ଆଦି ବିଷୟରେ ସମାଜ ପକ୍ଷରୁ ଦାବି କରାଯାଇଛି । ଆଗାମୀ ଦିନରେ ସମାଜ ରେ ଘଟୁଥିବା ବିଭିନ୍ନ ସମସ୍ୟା ର ସମାଧାନ ,ହକ ଅଧିକାରୀ ହାସଲ କରିବା ପାଇଁ ଆନ୍ଦୋଳନତ୍ମକ ପନ୍ଥା ନେବା ଦିଗରେ ସମାଜର ଯୁବକ ଯୁବତୀ ମାନଙ୍କୁ ନେଇ ଏକ ଯୁବ ମୋର୍ଚ୍ଚା କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ର ମୁଖ ଶାଳ ଦୂର୍ବଳ ସୋଇପଡିଥିବା ରୁ ତାକୁ ନିର୍ମାଣ କରିବାକୁ ଜିଲ୍ଲା ର ୧୪ ଗୋଟି ବ୍ଳକ ର ବ୍ଳକ ସ୍ତରୀୟ ସଭାପତି ମାନଙ୍କୁ ବିଭିନ୍ନ ସ୍ତରରୁ ଅର୍ଥ ସଂଗ୍ରହ କରିବା କୁ ନିଷ୍ପତ୍ତି ନିଆଯାଇଥିଲା । ଗେର୍ଡା ପଞ୍ଚାୟତ ସଭାପତି ମଦନ ବରିହା,କୁରେଶ୍ଵର ବରିହା , ବିପିନ ବରିହା , ମଙ୍ଗଲୁ ବରିହା , ପ୍ରମୁଖ ଙ୍କ ସମେତ ଶତାଧିକ ସାମାଜିକ କର୍ମ କର୍ତ୍ତା ସଦସ୍ୟ ଯୋଗଦେଇ ଥିଲେ ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା ସ୍ବାଗତ ଭାଷଣ ଦେଇଥିବା ବେଳେ ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।