କେନ୍ଦୁଝର ଷ୍ଟାଡିୟମଠାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ : ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏଠାରେ ଜାତୀୟ ପତାକା ଉତ୍ତୋଳନ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର) କେନ୍ଦୁଝର  :- କେନ୍ଦୁଝର ଷ୍ଟାଡିୟମଠାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ କୋଭିଡ୍ ନିୟମାବଳୀ ତଥା ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ପାଳନ କରାଯାଇଛି । ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏଠାରେ ଜାତୀୟ ପତାକା ଉତ୍ତୋଳନ କରି ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉଦବୋଧନ ଦେଇଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଆନୁଷ୍ଠାନିକ ସମାରୋହ ପରେ ପରେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବ୍ୟାଟେରୀ ଚାଳିତ ହୁଇଲ ଚେୟାର ବଣ୍ଟନ କରିଥିଲେ ଏବଂ ସ୍ଥାନୀୟ ନଗରଭବନଠାରେ ନବନିର୍ମିତ ଜନଜାତି ସାଧନ କେନ୍ଦ୍ରକୁ ଉଦଘାଟନ କରିଥିଲେ ।