ପାଟଣାଗଡ଼ ଉପଖଣ୍ଡ ନୂତନ ମାଁ ଓ ଶିଶୁ କେୟାର ହସ୍ପିଟାଲରେ ନିର୍ମାଣ ପାଇଁ ବିଧାୟକ ସରୋଜ କୁମାର ମେହେର ଙ୍କ ଦ୍ଵାରା ଭୂମି ପୂଜନ

ଓଡ଼ିଶା ତାଜା ନ୍ୟୁଜ ( ୧୩ ଅଗଷ୍ଟ ଶୁକ୍ରବାର) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ନୂତନ ଉପଖଣ୍ଡ ସ୍ତରୀୟ ମାଁ ଓ ଶିଶୁ କେୟାର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ପାଇଁ ପାଟଣାଗଡ଼ ରାମ ପାଲି ଠାରେ ଭୂମି ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଭୂମି ପୂଜନ ସମାରୋହ ବିଧାୟକ ସରୋଜ କୁମାର ମେହେର ମୂଖ୍ୟ, ସିଡିଏମଓ ପିତ ବାସ ସା , ଏସଡିପିଓ ଜ୍ୟୋତିର୍ମୟୀ ଭୁକ୍ତା , ରାସ୍ତା ଓ ଗୃହନିର୍ମାଣ ବିଭାଗ କଣ୍ଟାବାଞ୍ଜି ଏଷ୍ଟିଇଂଜିନିୟର , ପାଟଣାଗଡ଼ ଆଇଆଇସି , ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭୂମି ପୂଜନ କରିଥିଲେ ।

ରାଜ୍ୟ ସରକାର ଙ୍କ ସୁପାରିଶ କ୍ରମେ ୬ କୋଟି ଟଙ୍କା ବ୍ୟୟ ଅଟକଳ ରେ ମାଁ ଓ ଶିଶୁ କେୟାର ହସ୍ପିଟାଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ସମସ୍ତ ଅଞ୍ଚଳ ବାସୀ ଙ୍କ ତରଫରୁ ମୂଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ମାଁ ଓ ଶିଶୁ କେୟାର ହସ୍ପିଟାଲରେ ନଥିବାରୁ ଘୋର ଅସୁବିଧା ସମୁଖୀନ ହେବା ଜିଲ୍ଲା ମୂଖ୍ୟ ଡାକ୍ତର ଖାନା ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଡାକ୍ତର ଖାନା ନିର୍ମାଣ ହେବା ଫଳରେ ବହୁ ସୁବିଧା ରେ ଚିକିତ୍ସା ପାଇଁ ବହୁ ଉପକାର ହୋଇପାରିବ ବୋଲି ଅଞ୍ଚଳରେ ଆଶା ର ସଂଚାର ଖେଳିଯାଇଛି ।(ଗୋରେଖନାଥ ବରିହା )