ବାଙ୍କୀ ରେ ପୋଲିସ ଏତେ ଅସହାୟ କାହିଁକି..? କରୋନା ସଂକ୍ରମଣ ର ବାହକ ସାଜିବାକୁ ଯାଉଛି କି ବାଙ୍କୀ ପୋଲିସ ! ସାଧାରଣ ରେ ଆଲୋଚ୍ୟ ର ବିଷୟ

 ଓଡ଼ିଶା ତାଜାନ୍ୟୁଜ (୨୨ ଜୁଲାଇ,ଗୁରୁବାର ) ବାଙ୍କୀ :- ଆଜି ବାଙ୍କୀ ଚର୍ଚ୍ଚିକା ସାହି ମହାଦେବ ମନ୍ଦିର ପାଖରେ ୮ନମ୍ବର ୱାର୍ଡ ରେ ଜଣେ ଅଜ୍ଞାତ ମହିଳା ଜଣଙ୍କ ପିଣ୍ଡା ରେ ବସିବା ଓ ଶୋଇବା କୁ ଲକ୍ଷ କରି ଜଣେ ସାମ୍ବାଦିକ ବାଙ୍କୀ ପୋଲିସ କୁ ଫୋନ କଲେ ।ବର୍ତ୍ତମାନ ବାଙ୍କୀ ର ଉପଖଣ୍ଡ ଥାନା ଅଧିକାରୀ ଓ ବାଙ୍କୀ ଥାନା ଅଧିକାରୀ ଅସୁସ୍ଥ ଅଛନ୍ତି। ବାଙ୍କୀ ଥାନା ର ଏସାଇସୂର୍ଯ୍ୟା°ଶୁ ପାଢ଼ୀ ବାବୁ ଓ ଅନ୍ୟ କିଛି ପୋଲିସ ପୁରୀ ରଥ ଯାତ୍ରା ଡିଉଟି ରେ ତେଣୁ ଏଏସାଇ ସତ୍ୟ ରଞ୍ଜନ ସେନାପତି ଙ୍କୁ ଯୋଗାଯୋଗ କରାଯାଇଥିଲା।ସେ କହିଲେ ହଉ ତାହା ପରେ ପୋଲିସ ପଠାଯାଇ ଉକ୍ତ ମହିଳା ଙ୍କୁ ଅନ୍ୟତ୍ର ନେବା ପାଇଁ ଅନୁରୋଧ କରାଗଲା ପରେ ସେ କହିଲେ ମୁଁ ଦେଖୁଛି।ପୁନଃ ଫୋନ କରାଯିବା ପରେ ସେ କହିଲେ ଉକ୍ତ ମହିଳା ପାଗେଲି ତାକୁ ମୁଁ କୁଆଡେ ନେବି !

ଏଠି ପ୍ରଶ୍ନ ଉଠୁଛି ଅଜଣା ମହିଳା ଗୋଟିଏ ସାହି ରେ ଜଣଙ୍କ ପିଣ୍ଡା ରେ ଶୋଇଛି ସେ କିଏ କେଉଁଠି ଆସିଛି ତାହା ପୋଲିସ ର ପ୍ରାଥମିକତା ନୁହେଁକି ? ସେନାପତି ବାବୁ ଙ୍କ ଠାରୁ ନିରାଶ ପରେ ଅତିରିକ୍ତ ପୋଲିସ କଟକ ଗ୍ରାମାଞ୍ଚଳ ଅଧ୍ୟକ୍ଷକ ପହି ସାର ଙ୍କୁ ଫୋନ ରେ ଯୋଗାଯୋଗ କରିବା ପରେ ସେ କହିଲେ ମୁଁ ପୁରୀ ରଥ ଡିଉଟି ରେ ଅଛି ଅନ୍ୟତମ ଅତିରିକ୍ତ ପୋଲିସ କଟକ ଗ୍ରାମାଞ୍ଚଳ ଅଧ୍ୟକ୍ଷକ ପ୍ରଦୀପ ଜେନା ସାର ଙ୍କ ନମ୍ବର ନିଅ ତାଙ୍କୁ ଯୋଗାଯୋଗ କର।ଅତିରିକ୍ତ ପୋଲିସ କଟକ ଗ୍ରାମାଞ୍ଚଳ ଅଧ୍ୟକ୍ଷକ ଜେନା ସାର ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ମୁଁ ସେନାପତି ବାବୁ ଙ୍କୁ କହୁଛି ।ପୁନଃ ଜେନା ବାବୁ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ମୁଁ କଥା ହୋଇଛି ଓ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କୁ ଅବଗତ କରେଇଛି ।

ପୁନଃ ସେନାପତି ବାବୁ ଙ୍କୁ ଯୋଗାଯୋଗ କରିବାରୁ ସେ ରୋକ ଠୋକ ମନା କଲେ ଆମେ ଉକ୍ତ ମହିଳା କୁ ଅନ୍ୟତ୍ର ନେଇପାରିବୁ ନାହିଁ କାଳେ ତାକୁ କରୋନା ହୋଇଥିବ ଏବଂ ସେ କହିଲେ ଉକ୍ତ ମହିଳା ପାଗେଳି ଟା ମୁଁ କୁଆଡେ ନେବି ତୁମେ ଗୋଟେ ଘର କରିଦେଉନ ଇତ୍ୟାଦି ଅନେକ କଥା।ସେନାପତି ବାବୁ ବହୁତ ଭଦ୍ର ଲୋକ ସେଥିରେ ସନ୍ଦେହ ନାହିଁ ମାତ୍ର ତାଙ୍କର ଏହି ପ୍ରକାର ଉତ୍ତର ବାଙ୍କୀ ପୋଲିସ ର ପରିବା ପଣିଆ କୁ ରାଜରାସ୍ତା କୁ ଆଣିଛି। ଆଲୋଚନା ର ବିଷୟ ଗ୍ରାମ ରେ ଛୋଟ ପିଲା ଓ ଅନ୍ୟାନ୍ୟ ବ୍ୟକ୍ତି ଯିବା ଆସିବା କରୁଛନ୍ତି ଯଦି ଉକ୍ତ ମହିଳା କୁ କରୋନା ହୋଇଥିବ ତେବେ ତାହା ସଂକ୍ରମଣ ହେବ କି ନାହିଁ ? ତାଲା ବନ୍ଦ ସମୟ ରେ ଜଣେ ଅଜ୍ଞାତ ମହିଳା ଜଣଙ୍କ ପିଣ୍ଡା ରେ ବସିବ ଶୋଇବ ତାହାର କୌଣସି ଖୋଜ ଖବର ତନଖି ନନେଇ ପୋଲିସ ବାବୁ ଏମିତି କହିବା ଠିକ କି !

ଯଦି ପୋଲିସ ବାଙ୍କୀ ଏନଏସି କିମ୍ବା ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ଙ୍କ ଦ୍ୱାରା ପିପି କିଟ ପିନ୍ଧେଇ ୱାର୍ଡ ସୁପ୍ରଭାଇଜର ଙ୍କ ମାଧ୍ୟମରେ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲେ ଅସୁବିଧା କଣ ହୋଇଥାନ୍ତା।ବାଙ୍କୀ ରେ ଆଜି ପର୍ଯ୍ୟନ୍ତ ଏନଏସି ପକ୍ଷରୁ ଅସହାୟ , ପାଗେଲି ,ବୃଦ୍ଧା ବୃଦ୍ଧ ଙ୍କ ପାଇଁ ଆଶ୍ରୟ ସ୍ଥଳ କି ରାତ୍ରି ଆଶ୍ରୟ ସ୍ଥଳ ନାହିଁ! ତାହା ବାସ୍ତବିକ ଚିନ୍ତା ର ବିଷୟ।
ବାଙ୍କୀ ର ବହୁ ବୁଦ୍ଧି ଜୀବୀ ପୋଲିସ ଓ ପ୍ରଶାସନ କୁ ଅନୁରୋଧ କରୁଛି କି ଦୟାକରି ଉକ୍ତ ମହିଳା କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ କରୋନା ସଂକ୍ରମଣ ରୁ ରକ୍ଷା କରନ୍ତୁ । ଉକ୍ତ ମହିଳା ର ପରିଚୟ ଖୋଜି ତାଙ୍କୁ ତାଙ୍କ ଘର ଲୋକ ଙ୍କ ଜିମା ଦେବାପାଇଁ ସମସ୍ତ ମହଲ ରୁ ପୋଲିସ କୁ ଅନୁରୋଧ କରାଯାଇଛି ପୋଲିସ ଏମିତି ହାତ ଉପରେ ହାତ ରଖି ଅତି ହାଲ୍କା ଭାବରେ ଉତର ଦେଇ ନବସିବାକୁ ଅନୁରୋଧ।ପୋଲିସ କାହିଁକି ଏତେ ଅସହାୟ ତାହା ଚିନ୍ତା ର ବିଷୟ ।