ବାଙ୍କୀ ଉପଖଣ୍ଡରେ ୭ଜଣ କରୋନା ପଜିଟିଭ୍ ଚିହ୍ନଟ , ୬୪୮ଜଣଙ୍କୁ ଟିକା କରଣ

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ବାଙ୍କୀ :- ଆଜି ବାଙ୍କୀ ଉପଖଣ୍ଡରେ ସମୁଦାୟ ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଉପଖଣ୍ଡ ଚିକିତ୍ସାଳୟରେ ୬୦ଜଣଙ୍କର ଆଣ୍ଟିଜେନ୍ ଓ ୨୦ଜଣଙ୍କର ଅର୍ଟପିିସିଆର ସ୍ୱାବ୍ ସଂଗ୍ରହ ହୋଇଥିଲା । ସେଥି ମଧ୍ୟରୁ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୨୭ଜଣଙ୍କ ଆଣ୍ଟିଜେନ୍ ଓ ୨୫ଜଣଙ୍କର ଆର୍ଟିପିସିଆର ସେଥି ମଧ୍ୟରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ

୫୧ଜଣଙ୍କର ଆଣ୍ଟିଜେନ୍ ଓ ୧୩ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇଛି । ସେଥି ମଧ୍ୟରୁ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଳବସ୍ତ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ୨୭ଜଣଙ୍କ ଠାରୁ ସ୍ୱାବ୍ ସଂଗ୍ରହ କରାଯାଇଥିଲା ସେଥି ମଧ୍ୟରୁ କୌଣସି ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି । ଆଜି ବାଙ୍କୀ ଉପଖଣ୍ଡରେ ୬୪୮ଜଣଙ୍କୁ ଟିକାକରଣ କରାଯାଇଛି । ସେଥି ମଧ୍ୟରୁ ଉପଖଣ୍ଡ ଚିକିତ୍ସାଳୟରେ ୨୦୯ଜଣ ଓ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ୩୩୯ଜଣ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ।