ଭଡାରେ ଚାଲିଛି ସ୍କୁଲଗୃହ ସମବାୟ ସମ୍ପାଦକ ଓ ପ୍ରଧାନ ଶିକ୍ଷକଙ୍କ ମଧୁଚନ୍ଦ୍ରିକାରେ କୋଭିଡି ନିୟମକୁ ଫୁ 

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) କେନ୍ଦ୍ରାପଡ଼ା :- ରାଜ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ସମବାୟ ସମିତିରେ ଦୁର୍ନୀତିର ଚେର ଲମ୍ବି ଥିବାବେଳେ ଜୋର ଚର୍ଚ୍ଚା ଧରି ଆସୁ ଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ସମବାୟ ସମିତି ର ଘଟିଥିବା ମିଥ୍ୟା ଋଣ ଓ ଅନିୟମିତ କାର୍ଯ୍ୟକୁ ବର୍ତ୍ତମାନ ଦୁର୍ନୀତି କୁ ସମ୍ପୂର୍ଣ ଭାବେ ଲୁକାଇତ ଥାଇ ମଧ୍ୟ ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି, l ଏହାର ସଦ୍ୟ ଉଦାହରଣ ଘଟଣା ଟି ହେଉଛି,

ରାଜନଗର ବ୍ଲକ ଅନ୍ତର୍ଗତବ୍ରାହ୍ମଣୀସାହି ପଂଚାୟତ ର ଲୋକ ବହୁଳ ବିଶିଷ୍ଟ ଗ୍ରାମ ବଡ ନାଉକୋଣା ସମବାୟ ସମିତିର ସମ୍ପାଦକ କ୍ଷେତ୍ରବାସୀ ରାଉତ, ଉକ୍ତ ସମବାୟ ସମିତିରେ ଦୀର୍ଘ 30ବର୍ଷ ହେବ ସମ୍ପାଦକ ଭାବେ ରହି ସମବାୟ ସମିତି ରେ ବ୍ୟାପକ ଅନିୟମିତତା ଦୁର୍ନୀତି ଚଳାଇବା ସହିତ ନିଜର ବହୁ ମୂଲ୍ୟବାନ ଅଟାଳିକାରେ ସମବାୟ ସମିତି କାର୍ଯ୍ୟାଳୟ କୁ ଭଡା ସୂତ୍ରରେ ଚଳାଇବା ସହିତ ନିଜର ପୁଅକୁ ମଧ୍ୟ ଡାଇରେକ୍ଟ ପି ଡି ଏସ ସାମଗ୍ରୀ ବଣ୍ଟନ କାର୍ଯ୍ୟରେ ମାସିକ ଦରମା ସୁରୂପ ନେଇଥାନ୍ତି, l

ଖାଲି ଏତିକିରେ ସୀମିତ ନରହି ଏହି କୋଟିପତି ସମ୍ପାଦକ ଗୋଦାମ ଗୃହ ର ଭଡାଅର୍ଥ କୁ ହଡପ କରି ବଡ ନାଉକୋଣା ନିଗମ ଉପ୍ରା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଙ୍କ ସହିତ ସଲା ସୁତୁରା ହୋଇ କୋଭିଡି -19 ଆରମ୍ଭ ଠାରୁ ଆଜି ପ୍ରଯ୍ୟନ୍ତ ସ୍କୁଲ ଗୃହକୁ ଚାଉଳ ଗୋଦାମ ଭାବେ ବ୍ୟବହାର କରିବା ସହିତ ରାସନ ସାମଗ୍ରୀ ବଣ୍ଟନ କରୁଥିବା ଏବଂ କୋଭିଡି ନିୟମକୁ ଫୁ କରି ବିନା ମାସ୍କରେ ଲୋକମାନଙ୍କୁ ବଣ୍ଟନ କରାଯାଉଥିବାର ଦୃଶ୍ୟ ଆମ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଙ୍କ କ୍ୟାମେରାରେ କଏଦ କରାଯାଇଥିଲା,

ଅପର ପକ୍ଷେ ଜନସାଧାରଣ ଓ ସମ୍ପାଦକଙ୍କ ବୟାନ ଅନୁଯାୟୀ କୋଭିଡି -19ରୁ ସ୍କୁଲ ଗୃହରେ ଚାଉଳ ଗୋଦାମ ଓ ବଣ୍ଟନ ଚାଲୁ ଥିବା ବେଳେ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ବିଚିତ୍ର ନାୟକ ଙ୍କ ସହିତ ଫୋନଯୋଗେ ପଚାରିବାରୁ ସେ କହିଛନ୍ତି ଏକ ମାସ ହେବ ସ୍କୁଲ ଗୃହ ରେ ଚାଲିଛି, l ତେବେ ପ୍ରଧାନ ଶିକ୍ଷକ ଙ୍କ ଏଭଳି ମନ୍ତବ୍ୟ କୁ ନେଇ ସାଧାରଣ ରେ ସଂନ୍ଦେହେ ସୃଷ୍ଟି ହୋଇ ଦୃନୀତି ରେ ସମ୍ପୃକ୍ତି ଥିବା ଅଙ୍ଗୁଳି ନିର୍ଦେଶ ହେଉଛି, ଏନେଇ ରାଜନଗର ବ୍ଲକ ଶିକ୍ଷାଅଧିକାରୀ ଅନିଲ କୁମାର ବଳ ପ୍ରତିକ୍ରିୟା ରଖିଛନ୍ତି, ଜେ ଏ ଘଟଣା ବିଷୟରେ ମୋତେ କିଛି ଅଭିଯୋଗ ଆସି ନାହଁ (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )