ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ମତ୍ସ୍ୟ ଓ ପଶୁପାଳନ ବିଭାଗର ସମୀକ୍ଷା କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୬ ଜୁଲାଇ ଶୁକ୍ରବାର ) ସମ୍ବଲପୁର :- କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଛନ୍ତି । ମନ୍ତ୍ରୀ ଶ୍ରୀ ସାହୁ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ମତ୍ସ୍ୟ ଓ ପଶୁପାଳନ ବିଭାଗର ସମୀକ୍ଷା କରିଛନ୍ତି । ହୀରାକୁଦ ମହମ୍ମଦପୁର ସ୍ଥିତ କେଜ୍ କଲଚର, ଚିପିଲିମାସ୍ଥିତ ମେଗା ମତ୍ସ୍ଯ ଯାଆଁଳା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ସେଠାକାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିବା କେଜ୍ ଫିସିଂ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ ।

ଆସନ୍ତା ଜୁନ୍ ବେଳକୁ କିପରି ମତ୍ସ୍ଯ ଯାଆଁଳା ଉତ୍ପାଦନ ହୋଇପାରିବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ମନ୍ତ୍ରୀ । ତେବେ ଚିପିଲିମା କେନ୍ଦ୍ରରୁ ଉଭୟ ପ୍ରଜାତିର ୫୦ କୋଟି ଯାଆଁଳା ଉତ୍ପାଦନର ଲକ୍ଷ୍ଯ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି । ସେହିପରି ଏପ୍ରିଲରୁ ଜୁନ ମଧ୍ୟରେ ୩୦ କୋଟି ଯାଆଁଳା ଉତ୍ପାଦନ ଟାର୍ଗେଟ ଥିବା ନେଇ ସମୀକ୍ଷା କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ମତ୍ସ୍ଯ ଓ ପଶୁପାଳନ ବିଭାଗ ସଚିବ ଆର ରଘୁପ୍ରସାଦ, ନିର୍ଦ୍ଦେଶକ ସ୍ମୃତି ରଂଜନ ପଧାନ ପ୍ରମୁଖ ସାମିଲ ଥିଲେ