ବାଙ୍କୀ ଉପଖଣ୍ଡରେ ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )ବାଙ୍କୀ :- ଆଜି ବାଙ୍କୀ ଉପଖଣ୍ଡର ବିଭିନ୍ନ ଚିକିତ୍ସାଳୟରେ ୩୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପଖଣ୍ଡ ଚିକିତ୍ସାଳୟରେ ୯୦ ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୧୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ  ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା  । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ,ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବିଭିନ୍ନ ଗ୍ରାମ ରେ ଏଏନେମ ଆଜି ବୁଲି ୩୧୯ଜଣଙ୍କର ଆଣ୍ଟିଜେନ୍ ସ୍ୱାବ  ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା

ସେଥି ମଧ୍ୟରୁ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।୨୫ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା  । ସେହିପରି ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତୁଳସୀ ପୁର ,ତାଳବସ୍ତଉପ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡମପଡା ଅଭୟାରଣ୍ୟ ରେ ଥିବା ପଡା ରୁ ଭାମ୍ୟ ମାଣ ସ୍ୱାବ ସଂଗ୍ରହ ଗାଡି ୧୭୧ ଜଣ ଙ୍କ ଆଣ୍ଟିଜେନ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି ସେଥିମଧ୍ୟରୁ ୨ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।୧୩ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା ।            ରିପୋର୍ଟ ଗୌତମ ମିଶ୍ର