ବାଙ୍କୀରେ ୩୦ଜଣ କରୋନା ସଂକ୍ରମିତ

ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡରେ ୩୦ଜଣ କରୋନା ସଂକ୍ରମିତ ହୋଇଛନ୍ତି । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୮୩ଜଣଙ୍କର ଆଣ୍ଟିଜେନ୍ ଓ ୨୪ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବାଣିଆ ଠାରେ ଅସ୍ଥାୟୀ କ୍ୟାମ୍ପରେ ୨୫ଜଣଙ୍କ ଠାରୁ ଆଣ୍ଟିଜେନ୍ ଓ ୬୭ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇଥିଲା ।

ସେଠାରେ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୫୦ଜଣଙ୍କର ଆଣ୍ଟିଜେନ୍ ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୫ଜଣଙ୍କର ଆଣ୍ଟିଜେନ୍ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସେଠାରେ ୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଳବସ୍ତ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ୫୫ଜଣଙ୍କର ଆଣ୍ଟିଜେନ୍ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସେଠାରେ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । (ରିପୋର୍ଟ ଗୌତମ ମିଶ୍ର )