ବାଙ୍କୀ ଉପଖଣ୍ଡରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍‌ ମଙ୍ଗଳବାର)ବାଙ୍କୀ :- ବାଙ୍କୀ ଉପଖଣ୍ଡର ବିଭିନ୍ନ ଚିକିତ୍ସାଳୟରେ ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପଖଣ୍ଡ ଚିକିତ୍ସାଳୟରେ ୪୬ ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୦ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ  ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା  । ସୁବର୍ଣ୍ଣପୁର ଗୋଷ୍ଠୀ

ସ୍ୱାସ୍ଥ୍ୟକେନ୍ଦ୍ରଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ,ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବିଭିନ୍ନ ଗ୍ରାମ ରେ ଏଏନେମ ଆଜି ବୁଲି ୨୪୩ଜଣଙ୍କର ଆଣ୍ଟିଜେନ୍ ସ୍ୱାବ  ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।୧୧ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା  । ସେହିପରି ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତୁଳସୀ ପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୨୬ଜଣ ଙ୍କ ଆଣ୍ଟିଜେନ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି ସେଥିମଧ୍ୟରୁ ୧ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।    ରିପୋର୍ଟ ଗୌତମ ମିଶ୍ର