କରୋନା ସଚେତନତା କାର୍ଯ୍ୟକ୍ରମରେ – ଲାଞ୍ଜିଗଡ଼ ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୧୦ ଜୁନ ଗୁରୁବାର) କଳାହାଣ୍ଡି  :- କରୋନା ମହାମାରୀ ସମୟରେ ସଂପୂର୍ଣ୍ଣ ଭାବେ ସଚେତନ ରହିବାକୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । ବିଧାୟକ ଶ୍ରୀ ଦିଶାରୀ ବିଭିନ୍ନ ଗ୍ରାମକୁ ଗ୍ରସ୍ତ କରିବା ସମୟରେ କିଡିଙ୍ଗ ଗ୍ରାମରେ ଜନସାଧାରଣଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିବା ସହ ପରସ୍ପର ମଧ୍ୟରେ ସାମାଜିକ ଦୂରତାକୁ ବଜାୟି ରଖିବାକୁ ଆହ୍ୱାନ ଦେଇଛନ୍ତି ।

ଏହି ଗ୍ରସ୍ତ ସମୟରେ ବିଧାୟକଙ୍କ ସହ ଲାଞ୍ଜିଗଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ଡିଲେଶ କୁମାର ନାଗ,ରୁତୁରାଜ ମାଝୀ, ଗୋପାଳ ଦାସ ମହାନନ୍ଦ,ସୀମାଞ୍ଚଳ ସଗରୀଆ, ଚନ୍ଦ୍ରମଣି ଭୋଇ, ବିଜୟ ଭରାସଗରୀଆ, ଦଶରଥ ଶବର, ମନୋହର ଛତ୍ରିଆ, ଭୂପତି ଶବର ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )