ଝରିଗାଁର ଲୋକ ମାନଙ୍କ ସ୍ୱାସ୍ଥ୍ୟ ସେବା ସୁଧାରିବା ପାଇଁ ଅଣ୍ଟା ଭିଡ଼ିଲେ ବିଧାୟକ ପ୍ରକାଶ ମାଝୀ

ଦଇବ ଭରସା ରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର 

ଓଡ଼ିଶା ତାଜା ନ୍ୟୁଜ୍ (୭ ଜୁନ୍ ,ସୋମବାରଝରିଗାଁ :- ଝରିଗାଁ ନିର୍ବାଚନ ମଣ୍ଡଳୀ ର ସ୍ୱାସ୍ଥ୍ୟ ସେବା ର ସୁଧାର ପାଇଁ ବିଗତ ଦିନରେ ମାନ୍ୟବାର ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଓଡ଼ିଶାର ମାନ୍ୟବାର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଝରିଗାଁ ନିର୍ବାଚନ ମଣ୍ଡଳୀରେ C. H. C ଓ P. H. C ରେ ଖାଲିଥିବା ଡାକ୍ତର ପଦବୀ ପୂରଣ ନିମନ୍ତେ ଚିଠି ମାଧମରେ ଅନୁରୋଧ କରିଥିଲେ ।

ମାନ୍ୟବାର ବିଧାୟକ ଙ୍କ ଅନୁରୋଧ କ୍ରମେ ଝରିଗାଁ ନିର୍ବାଚନ ମଣ୍ଡଳୀ ରେ ମୁଖ୍ୟମନ୍ତ୍ରୀ ଅନୁରୋଧ ରକ୍ଷାକରି 13 ଜଣ ଡାକ୍ତର ପଦବୀ ପୂରଣ କରିଥିବାରୁ । ଝରିଗାଁ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ମାନ୍ୟବାର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଏବଂ ମାନ୍ୟବାର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛୁ ।