ଟ୍ରକ ଓ ବାଇକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୨୬ ମେ ବୁଧବାର) କଳାହାଣ୍ଡି:- କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଅନ୍ତର୍ଗତ ଉପରନୂଆଗାଁ ଓ ତଳନୂଆଗାଁ ମଝିରେ ମୋହନ ଗିରି ପଟୁ ଯାଉଥିବା ଏକ ଟ୍ରକ ସମ୍ମୁଖରେ ଏକ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ତେବେ ଅତି ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ବାଇକ ଆରୋହୀ ତୁଷୁରା ନିକଟ ଜୁଗିମରା ଗ୍ରାମର କିରଣ ଧରୁଆଙ୍କ ଦୂର୍ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିବା ଜଣାପଡ଼ିଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)