ସାତକୋଶିଆ ପାଇଁ ଖୁସି ଖବର

ଓଡ଼ିଶା ତାଜା ନ୍ୟୁଜ (୨୩ ମଇ ରବିବାର ) ଅନୁଗୁଳ :- ସାତକୋଶିଆ ପାଇଁ ଖୁସି ଖବର । ୩୦ ବର୍ଷ ପରେ ବିରଳ ଘଡିଆଳ କୁମ୍ଭୀର ହେଲା ମାଆ । ମହାନଦୀର ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ଟିକରପଡା ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଏକ ମାଆ ଘଡ଼ିଆଳ ସହ ୨୮ଟିି ନବଜାତକ ଘଡ଼ିଆଳ ଶାବକଙ୍କୁ ବନ ବିଭାଗ ଠାବ କରିଛି ।

ବନବିଭାଗ କହିବା କଥା ସାତକୋଶିଆ ପାଇଁ ଏହା ନିଶ୍ଚିତ ଶୁଭ ଖବର । ବହୁ ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳ ପ୍ରଜନନ ହୋଇ ପାରୁଥିଲା । ପରିବେଶ ଅସନ୍ତୁଳନ ଯୋଗୁ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା । ଏବେ ଏକାଥରେ ୨୮ ଘଡ଼ିଆଳ ଜନ୍ମ ହେବା କେବଳ ଓଡ଼ିଶା ନୁହେଁ, ସାରା ଭାରତ ପାଇଁ ଗୌରବର ବିଷୟ ବୋଲି ପରିବେଶପ୍ରେମୀ ମାନେ କହିଛନ୍ତି।