ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲରେ କୋଭିଡ ଭେକ୍ସିନ ନେବା ବେଳେ ୫୦୦ ରୁ ଅଧିକ ଲୋକଙ୍କ ଭିଡ଼ ଦେଖାଦେଇଛି

ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର) ନୀଳଗିରି :- ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲରେ କୋଭିଡ ଭେକ୍ସିନ ନେବା ବେଳେ ୫୦୦ ରୁ ଅଧିକ ଲୋକଙ୍କ ଭିଡ଼ ଦେଖାଦେଇଛି । ଏତେ ସଂଖ୍ୟକ ଲୋକ ଏକାଠି ହେବା ପୁଣି ଠେଲାପେଲା କରିବା ନେଇ ଘାରିଲା ଗୋଷ୍ଠୀ ସଂକ୍ରମଣର ଭୟ । ଟୀକା ନେବା ପାଇଁ ଠେଲାପେଲା ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି ।

 

ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚିବା ପରେ ଲାଇନ ଲଗାଇବା ଓ ଛାଡି ଛାନି ଛିଡା କରାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନାଯୋଗ୍ୟ କୋଭିଡ ଭେକ୍ସିନର ଦ୍ୱିତୀୟ ଡୋଜ ଦେବାବେଳେ ଏଭଳି ଅବ୍ୟବସ୍ଥା ହୋଇଥିବା ଦେଖାଦେଇଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)