ରାଇରଙ୍ଗପୁରରେ କରୋନା କୁ ବେଖାତିର : ମାନୁ ନାହାନ୍ତି ଜନସାଧାରଣ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ରାଇରଙ୍ଗପୁର :- ମହାମାରୀ କୋରୋନାର ଦ୍ବିତୀୟ ଲହରୀ ଜାରି ରହିଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ଶନିବାର ରବିବାର ଦୁଇ ଦିନିଆ ସପ୍ତାହନ୍ତ ସଟଡାଉନ୍ ସହିତ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି । ଗତ ଦୁଇଦିନ ହେଲା ସଟଡାଉନ୍ ଥିବାବେଳେ ଆଜି ସହରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରାଯାଉଥିବା ଦେଖିବାକୁ ମିଳିଥିଲା ।

ସହରରେ ଚେକିଂ କଡାକଡ଼ି, ନିୟମ ଉଲ୍ଲଙ୍ଘନକାରୀଙ୍କୁ ଫାଇନ୍ଏନେଇ ଅମାନିଆଙ୍କୁ ସାବାଡ କରିବା ପାଇଁ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଜୋରଦାର ଚେକିଂ କରାଯାଇଥିଲା । ଅମାନିଆ ବାଇକ ଓ ଚାରି ଚକିଆ ଗାଡ଼ି ଚାଳକଙ୍କୁ ତାଗିଦ୍ କରିବା ସହ ଫାଇନ ମଧ୍ୟ କଟାଯାଇଥିଲା । ଅନ୍ୟପଟେ ସହରର ବିଭିନ୍ନ ଦୋକାନ ଓ କମ୍ପୁଟର ଶିକ୍ଷାନୁଷ୍ଠାନରେ ଚଢ଼ାଉ କରି ଲକଡାଉନ୍ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ପୋଲିସର ଏହି କଡାକଡି ଚେକିଂ ସମୟରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ, ରାଇରଙ୍ଗପୁର ଏସଡିପିଓ ଓ ରାଇରଙ୍ଗପୁର ତହସିଲଦାର ଉପସ୍ଥିତ ଥିଲେ ।