ଶ୍ରୀ ରାମନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ , ସୋମବାର ) ଓଡ଼ଗାଁ :- ଓଡ଼ଗାଁ ରଘୁନାଥ ମନ୍ଦିର ପରିସର ସଭାଗୃହ ରେ ଓଡ଼ଗାଁ ଶ୍ରୀ ରାମନବମୀ କମିଟି ତରଫରୁ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ରାମ ନବମୀ ୨୦୨୧ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ରଘୁନାଥ ଜୀଉ ରାମନବମୀ ଯାତ୍ରା ଆସନ୍ତା ଏପ୍ରିଲ ୨୧ ତାରିଖରୁ ଆରମ୍ଭ ହୋଇ ମେ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । କୋଭିଡ୍ ନିୟମାବଳୀ କୁ ଦୃଷ୍ଟିରେ ରଖି ପ୍ରଭୁଙ୍କ ନବଦିନ ସନ୍ଧ୍ୟା ବେଶ ଅନୁଷ୍ଠିତ ହେବ । ୨୧ ତାରିଖ ରାମ ଜନ୍ମ , ୨୩ ତାଡକାବଦ୍ଧ ବେଶ , ୨୪ ଅହଲ୍ୟାଉଦ୍ଧାର ବେଶ , ୨୫ ଗଙ୍ଗାପାର ବେଶ , ୨୬ ଧନୁଭଗ୍ନ / ସୀତା ବିବାହ ଵେଶ , ୨୭ ବନବାସ ବେଶ , ୨୮ ଚିତ୍ରକୂଟ ବେଶ , ୨୯ ସାଧାରଣ ବେଶ , ୩୦ ଅଷ୍ଟାବଧାନ ବେଶ , ୦୧ ଯୁଦ୍ଧ ଯାତ୍ରା , ୦୨ ଅଭିଷେକ , ୦୩ ପାଣିଖେଳ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

କୋଭିଡ୍ ସଂକ୍ରମଣ କୁ ଦୃଷ୍ଟିରେ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏବଂ ଦୋକାନବଜାର ସହ ମିନିଦୋଳି ମଧ୍ୟ ବନ୍ଦ କରାଯାଇଛି । କୋଭିଡ୍ ଗାଇଡଲାଇନ୍ ଅନୁସାରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ସୁବିଧା ଉପଲବ୍ଧ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଯଦି ପରବର୍ତ୍ତୀ ମୁହୂର୍ତ୍ତରେ କରୋନା ସଂକ୍ରମଣ ବୃଦ୍ଧି ପାଏ , ଯାତ୍ରା ହେବ କି ନହେବ ସେନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ବୈଠକରେ ଆଲୋଚନା କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ତହସିଲଦାର ବିଜୟତା ସାମନ୍ତସିଂହାର , ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର , ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ , ଆଦର୍ଶ ଥାନା ଏସ.ଆଇ ସ୍ନେହଲତା ପ୍ରଧାନ , ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକ ଏବଂ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଉପସ୍ଥିତ ଥିଲେ । (ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )