ଆଇଆରସିିଟିସି ତତ୍‌କାଳ ଟିକେଟ୍‌ ହ୍ୟାକ୍‌ କରି ଜଣେ ଯୁବକକୁ ଜେଲ ଯିବାକୁ ପଡ଼ିଛି

ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର) ବ୍ୟାସନଗର :- ଆଇଆରସିିଟିସି ତତ୍‌କାଳ ଟିକେଟ୍‌ ହ୍ୟାକ୍‌ କରି ଜଣେ ଯୁବକକୁ ଜେଲ ଯିବାକୁ ପଡ଼ିଛି । ରେଳବାଇ ପୁଲିସ ଦ୍ବାରା ଗିରଫ ହୋଇଥିବା ଏହି ଯୁବକ ବିଂଝାରପୁର ଥାନା ଅନ୍ତର୍ଗତ ସି˚ହପୁରର ବିଦ୍ୟାଧର ସାହୁଙ୍କ ପୁଅ ଅଜୟ(୨୯) । ଅଭିଯୁକ୍ତ ବ୍ୟବହାର କରୁଥିବା ୨ଟି ଲାପଟପ୍‌, ମୋବାଇଲ ଓ ଟିକେଟ୍‌କୁ ଆରପିଏଫ୍‌ ଜବତ କରିଛି । କେସ୍‌ ନମ୍ବର ୬୦/୨୧ରେ ଅଜୟକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ରଗଡ଼ି ଜେଲକୁ ପଠାଇ ଦିଆଯାଇଛି ।

କେତେକ ସାଇବର କେଫ୍‌ରେ ବେଆଇନ ଭାବେ ରେଳ ଟିକେଟ୍‌ ବିକ୍ରି ହେଉଥିବା ଅଭିଯୋଗ ଆସିବା ପରେ ଆରପିଏଫ ଆଇଆଇସି ରମାକାନ୍ତ ବାରିକ, ଏସଆଇ ସହଦେବ ବେହେରା, କନେଷ୍ଟବଳ ମୁକେଶ କୁମାର, ଏନ. ଆର. ଧଳ ପ୍ରମୁଖ ସି˚ହପୁରର ଶ୍ରଦ୍ଧା ଟେକ୍‌ନୋ ସାଇବର କେଫ୍‌ ଉପରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଅଜୟ ଆଇଆରସିଟିସି କୋର୍ଡରେ ତତ୍‌କାଳ ଟିକେଟ୍‌ ଗ୍ରାହକଙ୍କୁ ବିକ୍ରି କରୁଥିବା ପ୍ରମାଣ ପାଇବା ପରେ ତାକୁ ଗିରଫ କରାଯାଇଥିଲା । ଏହି ଘଟଣା ପରେ ବେଆଇନ ଭାବେ ରେଳ ଟିକେଟ୍‌ ବିକ୍ରି କରୁଥିବା ସ˚ସ୍ଥା ଗୁଡ଼ିକ ଭିତରେ ଛନକା ପଶିଯାଇଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)