କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରେ ମହିଳା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର ) ବଡ଼ବିଲ :- ଯେଉଁ ଦେଶରେ ମହିଳାମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ- ବଡ଼ବିଲ ବିଜେପି ମହିଳା ମୋର୍ଚ୍ଚା ଅନୁକୁଲ୍ୟରେ ପାଳିତ ହୋଇଯାଇଥିବା ବିଶ୍ୱ ମହିଳା ଦିବସ ପରିପ୍ରେକ୍ଷୀରେ ବକ୍ତାମାନେ ଏହା କହିଛନ୍ତି । ବଡବିଲ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୀତା ଭୌମିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂହଙ୍କ ଅଧ୍ୟକ୍ଷତାରେ , ଜିଲ୍ଲା ଉପାଧ୍ୟାକ୍ଷା ସ୍ୱପ୍ନା ସାହୁ, ସମ୍ମାନିତା ଅତିଥି ଭାବେ କଟକ ସ୍ଥିତ ସାମାଜିକ ଅନୁଷ୍ଠାନ “ସୋଡ”ର ଅଧ୍ୟକ୍ଷା ଶ୍ରୀମତୀ ମମତା ରାୟ ଯୋଗଦେଇ ମହିଳାଙ୍କୁ ସ୍ବାବଲମ୍ବୀ ହେବା ସହ ମହିଳା ମାନଙ୍କଠାରେ ଦେଖାଦେଉଥିବା କୁପୋଷଣ ଏବଂ ତାର ନିରାକରଣ ବିଷୟରେ ଆଲୋଚନା କରିବା ସହିତ କୁପୋଷଣକୁ ଲୋପ କରିବା ନିମନ୍ତେ ବଡ଼ବିଲ ଠାରେ ମାଗଣା ସ୍ବାସ୍ଥ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଅନ୍ଯତମ ସମ୍ମାନିତ ଅତିଥି ଭୁବନେଶ୍ୱରର ଯୋଗଗୁରୁ ତଥା ଆକ୍ଯୁପ୍ରେସର , ନେଚରପାଥିଷ୍ଟ , ଗ୍ରୀନଥେରାପିଷ୍ଟ ତଥା ବୃକ୍ଷାୟନର ପ୍ରଚାରିକା ଶ୍ରୀମତୀ ମମତା ବିଶ୍ୱାଳ ଯୋଗ ଦେଇ ମହିଳା ମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ନେଚରପାଥି ଓ ଆକ୍ଯୁପ୍ରେସର ମାଧ୍ୟମରେ ସେହି ସମସ୍ୟାର ନିରାକରଣ ବାବଦରେ ଉପସ୍ଥିତ ମହିଳା ମାନଙ୍କୁ କହିବା ସହିତ ଏହି ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେବାପାଇଁ ପ୍ରତିଶ୍ରୁତି ଦେବାସହ ଏଭଳି ଭଲ କାର୍ଯ୍ୟକ୍ରମ କରିଥିବାରୁ ଡକ୍ଟର ମୁରଲୀ ମନୋହର ଶର୍ମାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମର ବରେଣ୍ଯ ଅତିଥି ଶ୍ରୀମତୀ ଅନୀତା ଶର୍ମା ଯୋଗଦେଇ କହିଥିଲେ ଯେ ଜଣେ ମହିଳା ଶିକ୍ଷିତା ହେଲେ ଗୋଟିଏ ପରିବାର ଶିକ୍ଷିତ ହେବ ଓ ଗୋଟିଏ ପରିବାର ଶିକ୍ଷିତ ହେଲେ ଗୋଟିଏ ସମାଜ ଶିକ୍ଷିତ ତଥା ମାର୍ଜିିତ ହେବ ।

ତେଣୁ ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ , ସୁରକ୍ଷା ଓ ସମ୍ମାନ ସମାଜର ଧେୟ ହେବା ଉଚିତ । ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ବିଜେପି ନେତା ଡକ୍ଟର ମୁରଲୀ ମନୋହର ଶର୍ମା ବିଶ୍ବ ମହିଳା ଦିବସ ଉପଲକ୍ଷେ ସମସ୍ତ ମାତୃଜାତିର ବନ୍ଦନା କରିବା ସହିତ କହିଥିଲେ ଯେଉଁ ଦେଶରେ ମହିଳାମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତୀ କରିପାରିବ । ବଡ଼ବିଲର ବରିଷ୍ଠ ନେତା ଶ୍ରୀଯୁକ୍ତ ଦିଲ୍ଲୀପ ମିଶ୍ର ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା ।