ବରଗଡ଼ ସୁପର ଜିମ୍ନା ସିଅମ୍ ଦଳ ବିଜୟୀ

ଜିଲ୍ଲା କନିଷ୍ଠ ବର୍ଗ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ।
ପ୍ରୀତିଶ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ସିବମ କନ୍ଧେର ଶ୍ରେଷ୍ଠ ବୋଲର ।
ଶେଷ ଲିଗ୍ ମ୍ୟାଚ ରେ ବରଗଡ଼ ସୁପର ଜିମ୍ନା ସିଅମ୍ ଦଳ ବିଜୟୀ ।

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ବରଗଡ଼ :- ଓଡିଶା କ୍ରିକେଟ ଆସୋସିଏସନ୍ ର ଭିଜନ ୨୦-୨୪ ଆନୁକୁଲ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ସଭାପତି ହରିହର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ପୂର୍ବତନ ସଂପାଦକ ସୁବ୍ରତ ଚାଟାର୍ଜୀ ଓ ବରିଷ୍ଠ ସଦସ୍ୟ କିଶୋର ରଥ ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗିତା ର କୃତୀପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥଲେ ।

ପ୍ରତିଯୋଗୀତା ରେ କଟାପାଲି କ୍ରିକେଟ୍ କ୍ଲବ୍ ର ପ୍ରିତିଶ୍ ଦାଶ ଓ ସୁପର ଜିମନାସିୟମ୍ ଦଳ ର ଶିବମ କନ୍ଧେର ପ୍ରତିଯୋଗିତା ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ଓ ଶ୍ରେଷ୍ଠ ବୋଲର ଭାବରେ ପୁରସ୍କୃତ ହୋଇଥିଲେ। ପ୍ରୀତିଶ୍ ୩ ଟି ମ୍ୟାଚ ରେ ୧୭୮ ରନ କରିଥିବା ବେଳେ ,ଶିବମ କନ୍ଧେର ୩ ଟି ମ୍ୟାଚ ରେ ୧୧ ୱିକେଟ ନେଇଥିଲେ। ଏହି ଉଦଯାପନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ କ୍ରିକେଟ ଆସୋସିଏସନ୍ ସମ୍ପାଦକ ରବି ପଣ୍ଡା,ଉପ ସଭାପତି ଶୁଭ୍ରାଂଶୁ ମହାପାତ୍ର, ଚନ୍ଦ୍ର ଶେଖର ପ୍ରଧାନ, ଅମିୟ ଭୂଷଣ ସାହୁ, ପ୍ରଦିପ ସାହୁ, ସୋର୍ଯ୍ୟ ରଞ୍ଜନ ରାଏ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଶେଷ ଲିଗ୍ ମ୍ୟାଚ ରେ ବରଗଡ଼ କ୍ଲବ୍ ଓ ସୁପର ଯିମ୍ନାସିୟମ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ରେ ବରଗଡ଼ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ଜଗଜିତ ଲୁହା ଙ୍କ ୧୨ ରନ, ଉମ୍ନେଶ ୨୦ ରନ, ବିନିତ ସାହୁ ୨୨ ରନ ଫଳରେ ୨୦. ୪ ଓଭର ରେ ୧୦୮/୯ ରନ କରିଥିଲେ। ପ୍ରତିପକ୍ଷ ସୁପର ଯିମ୍ନାସିୟମ୍ ପକ୍ଷରୁ ସିବମ କନ୍ଧେର ୪୨/୩, ଏମ.ଡି. ତଲା ୟୁସୁଫ ୧୭/୨, ପ୍ରୀୟଂସୁ ମହାନା ୮/୧, ଅଲିମନ ସାହୁ ୨୫/୧, ପ୍ରଜ୍ଞା ମିଶ୍ର ୯/୧ ୱିକେଟ ନେଇଥିଲେ। ଜବାବ ରେ ବରଗଡ଼ ସୁପର ଯିମ୍ନାସିୟମ୍ ଦଳ ଜୋରଦାର ଆରମ୍ଭ କରି ସିଞ୍ଚନ ଦାଶ ଙ୍କ ଅପରାଜିତ ୪୫ ରନ, ଏମ.ଡି. ତଲା ୟୁସୁଫ ୧୫ରନ, ନୈତିକ ପଣ୍ଡା ୧୬ ରନ କରିଥିଲେ।ଦଳ ୧୮.୨ ଓଭର ରେ ୧୧୧/୩ କରି ମ୍ୟାଚ କୁ ୭ ୱିକେଟ ରେ ଜିତି ନେଇଥିଲେ। ଆଜିର ମ୍ୟାଚ କୁ ଓସିଏ ଅମ୍ପାୟାର ୱିଲସନ ସିଂ ଓ ଭରତ ଚେତନ ପଣ୍ଡା ପରିଚାଳନା କରିଥିବା ବେଳେ ସ୍କୋରର ଥିଲେ ରଜତ ଦାଶ ଓ ମନୋଜ ପାତ୍ର । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)