ରଣପୁର : ବାମ୍ବଡ଼ାରେ ଆନ୍ତଃରାଜ୍ୟ ଦିବାରାତ୍ର ଭଲି ଟୁର୍ନାମେଣ୍ଟରେ ବିଜୟ ଲାଭ କଲା ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ

ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବୃଆରୀ, ସୋମବାର ) ରଣପୁର :-  ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ବାମ୍ବଡ଼ା ଗ୍ରାମରେ ୟୁନିକ କ୍ଲବ ଆନୁକୂଲ୍ୟରେ ଆନ୍ତଃରାଜ୍ୟ ଦିବାରାତ୍ର ଭଲି ଟୁର୍ନାମେଣ୍ଟ ଆଜି ଅପରାହ୍ନ ଠାରୁ ଆରମ୍ଭ ହୋଇଛି l ଏହା ବିଳମ୍ବିତ ରାତିରେ ଶେଷ ହେବ l ଏଥିରେ ମୁଖ୍ୟ ଅତିଥି ଭାବେ ରାଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ l  ୟୁନିକ କ୍ଲବର ଉପଦେଷ୍ଟା ତଥା ରଣପୁର ବ୍ଲକର ପୂର୍ବତନ ଚେୟାରମ୍ୟାନ ଇଂ ଦେବାଶିଷ ପଟ୍ଟନାୟକ,

ସରପଞ୍ଚ ସୁକାନ୍ତ ସାମନ୍ତରାୟ, ସମିତି ସଭ୍ୟ ତପନ କୁମାର ପଟ୍ଟନାୟକ, ଯୁବ ସମାଜସେଵୀ ମୁସରଫ ଖାନ, ଲିଙ୍ଗରାଜ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଟୁର୍ନାମେଣ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଗ୍ରାମର ପୂର୍ବତନ ଖେଳାଳି ଶେଖ ଫଜଲ, ଗଫର ଖାନ, ଅବବୁକ ହାଲିମ ଖାନ, ଅଜିତ ଖାନ ଓ ସୌରିବନ୍ଧୁ ପ୍ରଧାନଙ୍କୁ ଉପଢୌକନ, ପୁଷ୍ପଗୁଛ ଓ ସିଲକପ ଦେଇ ସମ୍ମାନିତ କରା ଯାଇଥିଲା l

ଏହି ଟୁର୍ନାମେଣ୍ଟ ଭାଇଜାକ ରେଲୱେ, ହରିୟାଣା, ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଓ ରାଇଜିଙ୍ଗ କ୍ଲବ ନାମକ ଚାରୋଟି ଟିମ ମଧ୍ୟରେ ଖେଳା ଯିବ ବୋଲି ଆୟୋଯକ ତରଫରୁ ସୂଚନା ମିଳିଛି l ପ୍ରଥମ ରାଉଣ୍ଡରେ ଭାଇଜାକ ରେଲୱେ ଓ ରାଇଜିଙ୍ଗ କ୍ଲବ ମଧ୍ୟ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା l ପ୍ରଥମ ରାଉଣ୍ଡରେ ଭାଇଜାକ ରେଲୱେ ଟିମ ଜିତି ଥିବା ଜଣା ପଡିଛି l ସେକେଣ୍ଡ ରାଉଣ୍ଡ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଓ ହରିୟାଣା ମଧ୍ୟରେ ଖେଳା ଯାଇଥିଲା l ଏହି ସେକେଣ୍ଡ ରାଉଣ୍ଡରେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ବିଜୟ ଲାଭ କରିଥିଲା l

ସେହିପରି ସେମି ଫାଇନାଲର ପ୍ରଥମ ରାଉଣ୍ଡ ମ୍ୟାଚ ଭାଇଜାକ ରେଲୱେ ଓ ହରିୟାଣା ମଧ୍ୟରେ ଖେଳା ଯାଇଥିଲା ଏବଂ ଏଥିରେ ଭାଇଜାକ ରେଲୱେ ଟିମ ବିଜୟ ଲାଭ କରିଥିଲା l ସେମି ଫାଇନାଲର ସେକେଣ୍ଡ ରାଉଣ୍ଡ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଓ ରାଉରକେଲା ମଧ୍ୟରେ ଖେଳା ଯାଇଥିଲା l ଏହି ଦ୍ଵିତୀୟ ରାଉଣ୍ଡରେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ବିଜୟ ଲାଭ କରିଥିଲା l ଫାଇନାଲ ମ୍ୟାଚ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଓ ଭାଇଜାକ ରେଲୱେ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଫାଇନାଲ ମ୍ୟାଚରେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ବିଜୟ ଲାଭ କରିଥିଲା l ଜାତୀୟ ସ୍ତରୀୟ ଖେଳାଳି ସାଇଙ୍କୁ ପ୍ଲେୟାର ଅଫ ମ୍ୟାଚ ଦିଆ ଯାଇଥିଲା l (ରଣପୁର ପ୍ରତିନିଧି/ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)