ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ‘ଭୁବନେଶ୍ୱରରେ ‘ମହା ଲୋନ୍ ଧମାକା’ ୨୦ର

ଭୁୁବନେଶ୍ୱର (ଓଡିଶା ତାଜା ନିଉଜ୍) – ଭୁବନେଶ୍ୱରର ଶହୀଦନଗର ଦୁର୍ଗାପୂଜା ପଡ଼ିଆରେ ଆସନ୍ତା ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ‘ମହା ଲୋନ୍ ଧମାକା’ ଆୟୋଜନ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହି ଋଣ ବ୍ୟାଙ୍କର ଅଣଗ୍ରାହକଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ପାଇପାରିବେ । ୪ ଚକିଆ ଗାଡ଼ି, ଟ୍ରକ, ଟ୍ରାକ୍ଟର, କୃଷି ଯନ୍ତ୍ରପାତି, ସୁନା ବନ୍ଧକ ଓ କିଷାନ କେଡ଼ିଟ କାର୍ଡ଼ ଆଦି ବାବଦକୁ ଏହି ଋଣ ପ୍ରଦାନ କରାଯିବ । ଗ୍ରାହକ ଆବଶ୍ୟକ କାଗଜପତ୍ର ସହ ଏହି ‘ମହା ଲୋନ୍ ଧମାକା’ ସ୍ଥଳରେ ତକ୍ରାଳ ଋଣ ଅନୁମୋଦନ କରାଇପାରିବେ । ଏହା ପୂର୍ବାହ୍ନ ୯ଟା ସମୟରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁ ରହିବ ।
ଏଥିସହ ହୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ଼ ପରି କିଛି ନିର୍ମାତାଙ୍କ ସ୍ୱତନ୍ତ୍ର ଅଫର ମଧ୍ୟ ପ୍ରଦାନ କରାଯିବ । ଋଣ ନେବା
ପରେ ଗ୍ରାହକ ଏସଏମଏସ୍ ଜରିଆରେ ଏକ କ୍ୱିଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଏହି କ୍ୱିଜ
ପ୍ରତିଯୋଗୀତାର ପ୍ରଥମ ୧୦୦ ଜଣ ବିଜେତା ବ୍ୟାଙ୍କର ବ୍ରାଣ୍ଡ ଆମ୍ବାସାଡ଼ର ଶାହା ରୁଖ ଖାଁଙ୍କୁ ଭେଟିବାର ସୁଯୋଗ
ପାଇପାରିବେ । ଗ୍ରାମା ଳ, ଅର୍ଦ୍ଧ ସହରା ଳ, କର୍ପୋରେଟ ପରିସର ଆଦି ୨୦୦୦ ସ୍ଥାନରେ ‘ମହା ଲୋନ୍ ଧମାକା’
ଆୟୋଜନ ପାଇଁ ବ୍ୟାଙ୍କ ଯେଉଁ ଲକ୍ଷ୍ୟ ରଖିଛି ଶହୀଦନଗର କାର୍ଯ୍ୟକ୍ରମ ତାହାର ଏକ ଅଂଶବିଶେଷ ।
ଏହି ଅବସରରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁପ ବାଗ୍ଚୀ କହିଛନ୍ତି ଯେ, ଗ୍ରାହକଙ୍କୁ ସହଜ ଋଣ ସୁବିଧା ପ୍ରଦାନ
ଲକ୍ଷ୍ୟରେ ବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ ‘ମହା ଲୋନ୍ ଧମାକା’ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ
ଘଟଣାସ୍ଥଳରେ ତକ୍ରାଳ ଋଣ ଅନୁମୋଦନ କରାଯିବାର ବ୍ୟବସ୍ଥା ରହିଛି । ଏହି ଋଣ ପ୍ରଦାନ ସମୟରେ ଯାନବାହାନ
ନିର୍ମାତାଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଫର ମଧ୍ୟ ପ୍ରଦାନ କରାଯାଉଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ୨୦୦୦ ‘ମହା ଲୋନ୍ ଧମାକା’
ଆୟୋଜନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।