ଏଠି ପାଟି ନୂହେଁ, ଜନତା ବାଛନ୍ତି ନେତା, ଯିଏ ଠିଆ ହେବ ସୁବିଧା ଅସୁବିଧା

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ପୂର୍ବରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ରହିଥିଲା । ଏହି ଆସନରୁ ପ୍ରତିନିଧି୍ତ୍ବ କରି ଆସୁଥିଲେ ବିଜେଡିର ପୁରୁଖା ନେତା ସୂର୍ଯ୍ୟ ନାରାୟଣ ପାତ୍ର । ୨୦୦୯ରେ ରାମଗିରି ନିର୍ବାଚନ ମଣ୍ଡଳୀକୁ ଭାଙ୍ଗି ମୁମ୍ମା ବ୍ଳକ ପାରଳାଖେମଣ୍ଡି ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୂକ୍ତ ହେଲା । ନୂତନ ସୀମା ନିଦ୍ଧାରଣ କରି ଜିଲ୍ଲାର ମୋହନା, ରା,ଉଦୟଗିରି, ନୁଆଗଡ ଓ ରାୟଗଡ ବ୍ଳକକୁ ନେଇ ମୋହନା ନିର୍ବାଚନ ମଣ୍ଡଳୀ ଗଠନ ହେଲା। ୨୦୦୯ ନିର୍ବାଚନରେ କଂଗ୍ରେସ ହାତରେ ରହିଥିଲା । ଏହି ନିର୍ବାଚନ ମଣ୍ଡଳୀ । କଂଗ୍ରେସର ଚକ୍ରଧର ପାଇକ ବିଜୟ ଲାଭ କରିଥିଲେ । ସେହିପରି ୨୦୧୪ ନିର୍ବାଚନରେ ବିଜେଡିର ବାସନ୍ତୀ ମଲ୍ଲିକ ବିଜୟ ହୋଇଥିଲେ ।

୨୦୧୯ ରେ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦାଶରଥି ଗମାଙ୍ଗ୫୩୭୦୫, ବିଜେଡି ପୂଣ୍ଣବାସୀ ନାୟକ ୫୧୩୫୧ ଓ ଭାଜପାର ପ୍ରଶାନ୍ତ ମଲ୍ଲିକ ୪୬୧୭୬ ଖଣ୍ଡ ଭୋଟ ପାଇଥିଲେ । ପୁଣି ଥରେ କଂଗ୍ରେସ ଏହି ଆସନକୁ ଫେରି ପାଇଥିଲା । କିନ୍ତୁ ଚଳିତ ୨୦୨୪ ନିର୍ବାଚନରେ ବିଜେଡି ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ପ୍ରାର୍ଥୀ ଘୋଷଣା ବେଳେ କଂଗ୍ରେସ ବତ୍ତମାନର ବିଧାୟକ ଦାଶରଥି ଗମାଙ୍ଗଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଅପରପକ୍ଷରେ ଭାଜପା ପ୍ରଶାନ୍ତ ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।

ଯଦି ବିଗତ ୩ଟି ନିର୍ବାଚନକୁ ଦେଖାଯାଏ ତେବେ ୨୦୦୯ ଠାରୁ ୨୦୧୯ ପର୍ଯ୍ୟନ୍ତ ମୋହନା ବିଧାନସଭା ଆସନରେ ୨ ଥର କଂଗ୍ରେସ ବିଜୟ ଲାଭ କରିଥିବା ବେଳେ ମାତ୍ର ଥରେ ବିଜେଡି ବିଜୟ ଲାଭ କରିଛି । କିନ୍ତୁ ଭାଜପା ଥରେ ହେଲେ ସଫଳ ହୋଇପାରିନାହିଁ । ତେବେ ଏହି ନିର୍ବାଚନ ମଣ୍ଡଳୀର ଭୋଟର ଦଳ ଅପେକ୍ଷା ପ୍ରାର୍ଥୀଙ୍କୁ ପସନ୍ଦର ଚୟନ କରୁଥିବା ବିଗତ ନିର୍ବାଚନଗୁଡିକରେ ଦେଖିବାକୁ ମିଳିଛି । କିନ୍ତୁ ଚଳିତ ନିର୍ବାଚନରେ କାହାର ପଲା ଭାରିରହିବ , କିଏ ଭୋଟରଙ୍କୁ କେତେ ଆକୃଷ୍ଟ କରିପାରିବ ତାହା ଆଗାମୀ ଦିନରେ ଜଣାପଡିବ । ମୋଟମୋଟି ଭାବେ ଦେଖିବାକୁ ଗଲେ ଏଠାରେ ତ୍ରିମୁଖୀ ଲଢେଇ ହେବା ସମ୍ଭାବନା ସୃଷ୍ଟି ହୋଇଛି ।