ପ୍ରବାଦ ପୁରୁଷ  ବିଜୁ ପଟ୍ଟନାୟକଙ୍କ ପୂଣ୍ୟତିଥି ପାଳିତ

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧବାର୍ଷିକୀ  ବେଗୁନିଆ ନିର୍ବାଚନ ମଣ୍ଡଳୀର ପିଚୁ କୁଳି ସ୍ଥିତ ପଞ୍ଚୁଦୋଳ ପଡ଼ିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ଉପସଭାପତି  ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନଙ୍କ ତତ୍ବାବଧାନରେ ବୋଲଗଡ ବ୍ଲକ ବିଜେଡ଼ି ସଭାପତି ବାନାମ୍ବର ମାଝୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ସଭାର ପ୍ରାରମ୍ଭରେ ପିଚୁକୁଳି ବଜାରରେ ଏକ ବାଇକ ରାଲି ଯୋଗେ  ପଡିଆରେ ପହଁଚି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କିଶୋରଛୋଟରାୟ,ସୁନନ୍ଦିତା ସାହୁ,ସୁବାସ ଚନ୍ଦ୍ର ରାୟ ଗୁରୁ, ବେଗୁନିଆ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ସାହୁ, ବୋଲଗଡ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ,ସରପଂଚ ହାଡୁବନ୍ଧୁ ମହାପାତ୍ର,ସତ୍ୟନାରାୟଣ ପ୍ରଧାନ, ନାରାୟଣ ସାହୁ, ବୈକୁଣ୍ଠ ଚରଣ ସ୍ଵାଇଁ, ପ୍ରଦୀପ କୁମାର ବାରିକ, ଅକ୍ଷୟ କୁମାର ରାଉତରାୟ, ସମିତିସଭ୍ୟ ବିଜୟ କୁମାର ସୁବୁଦ୍ଧି,

ସଞ୍ଜୟ କୁମାର ଗୁମାନସିଂହ, ପୂର୍ବତନ ସରପଂଚ ରୂପକାନ୍ତି ସାହୁ,ସନ୍ତୋଷ କୁମାର ମାଣିକ,ସୁକାନ୍ତ କୁମାର ଜୟସିଂହ, ଅର୍ଜୁନ ବେହେରା,ନାରୀନେତ୍ରୀ ପ୍ରଭାତୀ ପ୍ରଧାନ,ରିନା ସେଠି ମା, ଜିଲା ସମବାୟ ଡାଇରେକ୍ଟର ପବିତ୍ର ମୋହନ ମାଝୀ ଓ ବରିଷ୍ଠ କର୍ମୀ ଜାଗେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେଶ ପ୍ରତି ଦେଇଥିବା  ତ୍ୟାଗ ଓ ବଳିଦାନ ସର୍ବଦା ଜନ ମାନସରେ ସର୍ବଦା ଉଜ୍ଜୀବିତ ହୋଇ ରହିଥିବ ବୋଲି ମତ ଦେଇଥିଲେ ।