ବମ୍ଫକୁଦ ଗୋଷ୍ଠୀ କେନ୍ଦ୍ର ପୂଜାରେ ଯୋଗ ଦେଲେ ବିଧାୟକ

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :->  କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ବମ୍ଫକୁଦ ଠାରେ ଗତକାଲି ଯୁବକ ସଂଘର ସଦସ୍ୟଙ୍କ ପକ୍ଷରୁ ନୂତନ ଗୋଷ୍ଠୀ କେନ୍ଦ୍ରର ପୂଜା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଅତିଥି ଭାବେ ଯୋଗ ଦେଇ ଗୋଷ୍ଠୀ କେନ୍ଦ୍ରର ଗୃହ ବୁଲି ଦେଖିଥିଲେ ।

ଯୁବକ ସଂଘର ସଦସ୍ୟ ମାନେ ନୂତନ ଗୃହ ପୂଜାକୁ ନିମନ୍ତ୍ରିଣ କରିଥିବା ଅତିଥି ମାନଙ୍କୁ ପୁଷ୍ପଗୁଛ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟରେ ଯୁବକ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତରହି ସୁନ୍ଦର ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।