ପ୍ରଭୁ ଶ୍ରୀ ଶ୍ରୀ କଳିଯୁଗେଶ୍ଵର ଙ୍କ ପୂର୍ଣ୍ଣିମା ପଙ୍କ୍ତି ଭୋଗ ଲାଗି

୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଚିଲିକା :-> ଇତିହାସ ପ୍ରସିଦ୍ଧ ଚିଲିକା ସନ୍ନିକଟ ସିଙ୍ଗେଶ୍ଵର ପଞ୍ଚାୟତ ର ଘିଅଖଳା ମଠପୁର ସ୍ଥିତ ଶ୍ରୀ ଶ୍ରୀ କଳିଯୁଗେଶ୍ଵର ଦେବଙ୍କ ଦୋଳ ଯାତ୍ରାର ପୂର୍ଣିମା ପଙ୍କ୍ତି ଭୋଗ ଲାଗି ଆଜି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ବର୍ଣ୍ଣବିହାର ସାହିରେ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି ।

ଘଣ୍ଟ ଓ ଘଣ୍ଟା ଧ୍ଵନି ମଧ୍ୟ ରେ ଶ୍ରୀ କଳିଯୁଗେଶ୍ଵରଙ୍କ ଚଳନ୍ତି ଵିଗ୍ରହ ବିରାଜିତ ବିମାନ କୁ ସାହିଵାସୀ ଙ୍କ ଦ୍ଵାରା ପାହାଡା ପକାଇ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ପରେ ଠାକୁରଙ୍କ ପାଖରେ କୋଠ ଭୋଗ ସମର୍ପଣ କରା ଯାଇଥିଲା । ସଭିଏଁ ପ୍ରଭୁକ୍ରୃପା ଲାଭ କରିବା ପାଇଁ ଏହି ପବିତ୍ର ଉତ୍ସବ ରେ ଯୋଗ ଦେଇ ନିଜ ନିଜ କୁ ଧନ୍ୟ ମନେ କରିଥିଲେ ।